ତଥାକଥିତ ଗୁରୁଜୀ ପଛରେ ଶାସକ ଦଳର ଆଶୀର୍ବାଦ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ତଥାକଥିତ ଗୁରୁଜୀ ପଛରେ ଶାସକ ଦଳର ଆଶୀର୍ବାଦ !

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଫିଟୁଛି ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗୋଟିକ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ । ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବଦବା ଥିବା ନେଇ ସାମ୍ନାକୁ ଆସିଛି ଏକାଧିକ ଭିଡିଓ । ଦଳର ବରିଷ୍ଠ ନେତା, ଏପରିକି ସାଂସଦ ଓ ବିଧାୟକ ମଧ୍ୟ ମାନସଙ୍କୁ ପାଦଛୁଇଁ ପ୍ରଣାମ କରୁଥିଲେ ଓ ସାଧାରଣ ସଭାରେ ଭୁରୀ ଭୁରୀ ପ୍ରଶଂସା ବି କରୁଥିଲେ । ଏକ ଭିଡିଓରେ ଭୁବନେଶ୍ୱରର ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କ ସହ ମଞ୍ଚରେ ବସିଛନ୍ତି ତଥାକଥିତ ଗୁରୁଜୀ । ସର୍ବ ସମ୍ମୁଖରେ ପାଟ୍ଟଶାଣୀ ମାନସଙ୍କୁ ଗୁରୁଜୀ ବୋଲି ସମ୍ବୋଧନ ବି କରିଛନ୍ତି । ଖାଲି ପାଟ୍ଟଶାଣୀ କିମ୍ବା ପ୍ରୀୟଦର୍ଶୀ ନୁହଁନ୍ତି ପୂର୍ବତନ ବିଧାୟକ ତଥା ଏବେକା ସାଂସଦ ପ୍ରଶାନ୍ତ ନନ୍ଦ, ସୁଶାନ୍ତ ରାଉତ ବି ମାନସଙ୍କ ଅନୁଗାମୀ ବୋଲି ଚିତ୍ର ବୟାନ କରୁଛି । ଏହି ସବୁ ଭିଡିଓ ଏବେ ଭାଇରାଲ୍ ହେବା ପରେ ପ୍ରଶ୍ନ ଉଠୁଛି ବିଜେଡି ଛତ୍ରଛାୟାରେ ଚାଲିଥିଲା କି ମାନସଙ୍କ ସାମ୍ରାଜ୍ୟ ? ଦୁଇ ଦିନ ତଳେ ମାନବବାଦ ସଂଗଠନର କିଛି ଲୋକେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପା, ପୁଅଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ପରେ କଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇପଡ଼ିଥିବା ବେଳେ ତାଙ୍କ କାରନାମା ଓ ପଲିଟିକାଲ ଲିଙ୍କ୍ ଏବେ ଧିରେ ଧିରେ ସାମ୍ନାକୁ ଆସୁଛି।

ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ବିରୋଧରେ ରହିଛି ଅଭିଯୋଗର ଲମ୍ବା ତାଲିକା। ଗତକାଲିର ଏହି ଘଟଣା ପରେ ମାନବବାଦ ସଙ୍ଗଠନ ଦ୍ୱାରା ଅତ୍ୟାଚାରର ଶିକାର ହୋଇଥିବା ଅନ୍ୟ କିଛି ଲୋକେ ମଧ୍ୟ ସାମ୍ନାକୁ ଆସିଛନ୍ତି। ସେମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ କିଛି ଲୋକେ ଅତ୍ୟାଚାର ଓ ନିର୍ଯାତନା ଦେବା କଥା ଅଭିଯୋଗ କରିଛନ୍ତି। ଗୁରୁଜୀଙ୍କ ଇଙ୍ଗିତରେ ସେମାନେ ହମଲା କରୁଥିବା କହିଛନ୍ତି। ସଙ୍ଗଠନ ମୁଖ୍ୟ ମାନସ ଦାସ ହିଁ ଗୁରୁଜୀ ବୋଲି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି। ସେହିପରି କଡ଼ବ ଗାଁରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି। ଖୋର୍ଦ୍ଧା ପୁଲିସ ଉଭୟ ବାପ-ପୁଅଙ୍କୁ ପଚରାଉଚରା କରିଛନ୍ତି। ଗତକାଲି ଉଭୟ ବାପପୁଅଙ୍କୁ ମାଡ଼ ମାରାଯାଇଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଆଜି ବେଗୁନିଆ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ବ୍ୟକ୍ତି। ଥାନାରେ ୭ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ଆକ୍ରମଣର ଶିକାର ମାଗୁଣି ନାୟକ।

ସୂଚନାରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍‌ କଡବ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ଆଣ୍ଠୁମାଡ଼ି ବସାଇ ଦିଆଯାଇଥିଲା। ପରେ ସେମାନଙ୍କ ଦେହରୁ ସମସ୍ତ ଲୁଗା ଖୋଲିଦେଲେ। ତା’ପରେ ନିର୍ଘାତିଆ ଯେମିତି ପାରିଲେ, ସେମିତି ପିଟି ଚାଲିଲେ। ଚେତା ହରାଇ ତଳେ ପଡ଼ି ଯିବା ପରେ ପାଣି ଛାଡ଼ି ପୁଣି ପିଟୁଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ସାମ୍ନାକୁ ଆସିଥିଲା ମାନବାଦ ସଙ୍ଗଠନର ନାଁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ସଙ୍ଗଠନ ନିଜର ଅସ୍ତିତ୍ୱ ବିସ୍ତାର କରିବା ପାଇଁ ଏପରି କାଣ୍ଡ ଭିଆଉଥିବା ଅଭିଯୋଗ ହୋଇଥିଲା।

ସେପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ ଦାସ। ସେ କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ମାନସ ଦାସ କହିଛନ୍ତି, ଜାଣିଶୁଣି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ କରାଯାଉଛି। ଏପରିକି ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଭରିରହିଥିବା କହିଛନ୍ତି ମାନସ ଦାସ।

The post ତଥାକଥିତ ଗୁରୁଜୀ ପଛରେ ଶାସକ ଦଳର ଆଶୀର୍ବାଦ ! appeared first on Odisha Reporter.



from Odisha Reporter https://ift.tt/3jmoZNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages