୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୬ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୬ ଗିରଫ

କଟକ (ଓଡ଼ିଶା ରିପୋର୍ଟର): କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର। ତା’ସହିତ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଏହି ସୂଚନା।

ବିଶେଷ ସୂତ୍ରରୁ ଖବର ପାଇ ରବିବାର ଅପରାହ୍ଣରେ କଟକ ଲାଲ୍‌ବାଗ ଥାନା ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର ଏକ ମିଳିତ ଟିମ୍ ଚଢ଼ାଉ କରି ଏହି ବ୍ରାଉନ୍ ସୁଗର ଜବତ କରିବା ସହିତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ପୁଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀର ଓ ଅନ୍ୟ ଜଣେ କଟକର ଲାଲବାଗ୍ ଥାନା ଅଞ୍ଚଳର ବାସିନ୍ଦା। ସେମାନଙ୍କ ନାଁରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଛି। ସେହିପରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ପୂର୍ବରୁ ମଧ୍ୟ ବ୍ରାଉନ୍ ସୁଗର ଜବତ କରାଯାଇଥିଲା।

ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଜବତ ବ୍ରାଉନ୍‌ ସୁଗରକୁ ଜଗତସିଂହପୁର ଓ ପୁରୀ ଆଦି ସ୍ଥାନକୁ ପଠାଇଥା’ନ୍ତେ। ସେମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗର ଆଣି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଅଞ୍ଚଳକୁ ପଠାଇଥା’ନ୍ତି। ଅଭିଯୁକ୍ତମାନଙ୍କର ଏହି କାରବାର ସଂପର୍କରେ ଅଧିକ ତଦନ୍ତ କରାଯିବ।

ସିପି କହିଛନ୍ତି, ଏତେ ପରିମାଣରେ ବ୍ରାଉନ୍ ସୁଗର ଜବତ ହେବା ନିଶ୍ଚିତ ଭାବେ କଟକ ପୁଲିସ୍ ପାଇଁ ଏକ ବଡ଼ ସଫଳତା। ଗତ ୫ ମାସ ମଧ୍ୟରେ କଟକ ପୁଲିସ୍‌ର ଡ୍ରଗ୍ସ ବିରୋଧୀ ଅଭିଯାନ ବେଶ୍ ଜୋରଦାର ରହିଛି। ଆଉ ଏହି ସମୟ ମଧ୍ୟରେ ୪ କେଜି ୨୮୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି। ଗତ ୫ ମାସରେ କଟକ ଓ ଭୁବନେଶ୍ୱରରୁ ମିଶାଇ ୬ କେଜି ୩୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର ଜବତ କରାଯାଇଛି। କଟକ ଓ ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ୍ ପୁଲିସ୍‌ର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

The post ୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୬ ଗିରଫ appeared first on Odisha Reporter.



from Odisha Reporter https://ift.tt/2Vvm8cA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages