ଘରୁ ବାହାରିଲେ ପାଣି ହିଁ ପାଣି; ୩ ମାସ ପରେ ବି ବଦଳୁନି ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ଘରୁ ବାହାରିଲେ ପାଣି ହିଁ ପାଣି; ୩ ମାସ ପରେ ବି ବଦଳୁନି ସ୍ଥିତି

ସୋର(ନିରଞ୍ଜନ ବେହେରା ): ଦୀର୍ଘ ୩ ମାସ ହେବ ପାଣିଘେରରେ ଅଛନ୍ତି ୪୫ଟି ପରିବାର । ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦିନେ ଅଧେ ନୁହେଁ, ୩ ମାସରୁ ଅଧିକ ସମୟ ହେବ ସବୁଦିନ ଭୋଗୁଛନ୍ତି ଏପରି ଦୁର୍ଦ୍ଦଶା।  ୟାସ୍ ବାତ୍ୟା ପରଠୁ ଲାଗି ରହିଥିବା ଏପରି ସ୍ଥିତି ସୁଧୁରିବା ନାଁ ଧରୁନି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖପରପଦା ଗାଁର ୪୫ ପରିବାର ରାତି ପାହିଲେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ବୁଲି ନିଜ ଦାୟିତ୍ୱ ସାରିଛନ୍ତି।

ରାତି ପାହିଲେ ପାଣିରେ ପଶି ଯାଉଛନ୍ତି ଲୋକେ।

ସୂଚନାଯୋଗ୍ୟ, ୩ମାସ ତଳେ ବାତ୍ୟା ୟାସ୍  ଆସିଥିବା ବେଳେ ଏହା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଗାଁରେ ପାଣି ପଶିଥିଲା । ହେଲେ ବାତ୍ୟା ଯିବାର ଦୀର୍ଘ ଦିନ ପରେ ବି ପାଣି ସ୍ତର କମୁନାହିଁ ।  ଘରୁ ବାହାରକୁ ବାହାରିବା ମାତ୍ରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ଯିବାକୁ ପଡୁଛି । ଏହାଦ୍ୱାରା ପିଲାମାନେ ବେମାର ପଡ଼ୁଥିବା ବେଳେ ନାନା ଚର୍ମ ରୋଗ ବାହାରୁଛି।

ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବାହାନଗା ତହସିଲଦାର ଆସି ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୩ ମାସ ବିତିଗଲାଣି, ପାଣି ବାହାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି।

ଜଳବନ୍ଦୀ ଘର।

୩ ମାସ ହେଲା ପାଣି ଘେରରେ ରହିଛୁ। ରାନ୍ଧି ବାଢ଼ି ଖାଇପାରୁନି। ଗୋରୁଗାଇ ମରିଗଲେଣି। ମାଟି ଘର ଭାଙ୍ଗି ଗଲା । ଭାଡ଼ି କରି ଗଣ୍ଡେ ରୋଷେଇ କରି ଖାଉଛୁ ବୋଲି କୋହଭରା କଣ୍ଠରେ କହିଛନ୍ତି ପାଣି ଘେରରେ ଥିବା ଜଣେ ବୃଦ୍ଧା।

ପୂର୍ବରୁ ପାଣି ନାଳ ଥିବା ବେଳେ ଏବେ ତାହାକୁ ପୋତା ହୋଇ ଯାଇଥିବାରୁ ପାଣି ନିଷ୍କାସିତ ହୋଇପାରୁନି । ଗତ ଫେବୃୟାରୀରୁ ଏନେଇ ତହସିଲଦାରଙ୍କୁ ଅବଗତ କରାଇଥିଲୁ। ସେ ତଦନ୍ତ କରି ପାଣି କାଟିବା ବ୍ୟବସ୍ଥା କରିବୁ କହି ଯାଇଥିଲେ । ହେଲେ ଏ ଯାଇ ବି କିଛି ସୁଫଳ ପାଇପାରୁନୁ ବୋଲି କହିଛନ୍ତି ଗ୍ରାମର ଜଣେ ପୁରୁଖା ବ୍ୟକ୍ତି।

ପ୍ରଶାସନର କୃପା ଦୃଷ୍ଟି ପଡ଼ି ଅବସ୍ଥା ସୁଧୁରିବ, ସ୍ୱାଭାବିକ ଜୀବନ ବଞ୍ଚିହେବ ବୋଲି ପାଣି ଘେରରେ ଥିବା ଲୋକ ଆଶା ବାନ୍ଧି ରଖିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର କିନ୍ତୁ ଦେଖାଦର୍ଶନ ନାହିଁ।

The post ଘରୁ ବାହାରିଲେ ପାଣି ହିଁ ପାଣି; ୩ ମାସ ପରେ ବି ବଦଳୁନି ସ୍ଥିତି appeared first on Odisha Reporter.



from Odisha Reporter https://ift.tt/2VJwK7q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages