ଗ୍ରୀନ୍‌ଲାଣ୍ଡରେ ବର୍ଷା, ବିଶ୍ୱ ପାଇଁ ବିପଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

ଗ୍ରୀନ୍‌ଲାଣ୍ଡରେ ବର୍ଷା, ବିଶ୍ୱ ପାଇଁ ବିପଦ!

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଗ୍ରୀନ୍‌ଲାଣ୍ଡରେ ବର୍ଷା।  ବରଫାବୃତ ଗ୍ରୀନ୍‌ଲାଣ୍ଡରେ ପ୍ରଥମ ଥର ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବିଶେଷ କରି ପରିବେଶବିତ୍‌ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ସେମାନଙ୍କ ମତରେ ଗ୍ରୀନ୍‌ଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ।  ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଓ୍ୱାର୍ମିଂ ହିଁ ଏହାର କାରଣ।  ସାରା ବିଶ୍ୱ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଗତ ଅଗଷ୍ଟ ୧୪ ତାରିଖରେ ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ଥିବା ବରଫ ଦେଶରେ ଘଣ୍ଟା ଘଣ୍ଟା ଧରି ବର୍ଷା ହୋଇଥିଲା।  ଏହି ସୂଚନା ଦେଇଛି ଆମେରିକାର ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର । କୌଣସି ସ୍ଥାନରେ ବର୍ଷା ହେବା ପାଇଁ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସରୁ ସାମାନ୍ୟ ଉପରେ ରହିବା ଦରକାର।  ଶୂନ ଡିଗ୍ରୀ ସେଲ୍ସିୟରକୁ ଟିକେ କମ୍ ତାପମାତ୍ରା ହେଲେ ମଧ୍ୟ ବର୍ଷା ହୋଇପାରେ।

ଜାତୀୟ ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର ଅନୁଯାୟୀ, ଅଗଷ୍ଟ ୧୪ ରୁ ୧୬ ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଗ୍ରୀନ୍‌ଲାଣ୍ଡରେ ୭ ଟନ୍ ବର୍ଷା ହୋଇଥିଲା। ୧୯୫୦ ମସିହାରେ ତଥ୍ୟ ସଂଗ୍ରହ ହେବା ପରଠାରୁ ଏହା ହେଉଛି ସର୍ବାଧିକ ବର୍ଷା।

ଗ୍ରୀନ୍ଲାଣ୍ଡରେ  ବର୍ଷା ହେବାର ଅର୍ଥ, ସେଠାରେ ତାପମାତ୍ରା ବଢୁଛି,  ନ ହେଲେ ସେଠାରେ ବର୍ଷା ହୁଅନ୍ତା ନାହିଁ।  ଏପରି କେବେ ହୋଇନଥିଲା ବୋଲି ପରିବେଶ ବିଜ୍ଞାନୀମାନେ କହିଛନ୍ତି।

ବର୍ଷା ଏବଂ ଉଚ୍ଚ ତାପମାତ୍ରା ଯୋଗୁଁ ଦ୍ୱୀପପୁଞ୍ଜରେ ପ୍ରବଳ ବରଫ ତରଳିଛି। ରବିବାର ଦିନ ଭୂପୃଷ୍ଠ ବରଫରେ ବ୍ୟାପକ କ୍ଷତି ଘଟିଛି, ଯାହା ଅଗଷ୍ଟ ମଧ୍ୟଭାଗରେ ଦୈନିକ ହାରାହାରି ସାତଗୁଣ ବରଫ ତରଳି ଥିବା ରେକର୍ଡ କରାଯାଇଛି। ଏହି ରେକର୍ଡ ଭଙ୍ଗା ବର୍ଷା ଗ୍ରୀନଲାଣ୍ଡରେ ବରଫ ଚାଦରକୁ ପ୍ରଭାବିତ କରିଛି, ଯାହା ଜଳବାୟୁ ପରିବର୍ତ୍ତନକୁ ନେଇ ନୂଆ ଚେତାବନୀ ସୃଷ୍ଟି କରିଛି।

ଗତ ୨ ହଜାର ବର୍ଷ ମଧ୍ୟରେ ଗ୍ରୀନଲାଣ୍ଡର ତାପମାତ୍ରା କେବଳ ୯ ଥର ତାପମାତ୍ରା ଫ୍ରିଜିଂ ପଏଣ୍ଟ ଉପରେ ରହିଛି ।  ଏହା ଦ୍ୱାରା ବରଫ ତରଳିବା  ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ।  ୨୧୦୦ ସୁଦ୍ଧା ସମୁଦ୍ର ଜଳସ୍ତର ୧୦ରୁ ୧୮ ସେଣ୍ଟିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।  କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା ଯେ, ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବା ଦ୍ୱାରା ପାରାଦୀପ ସମେତ ଦେଶର ଅନେକ ବଡ଼ ବଡ଼ ସହର ସମୁଦ୍ରରେ ବୁଡ଼ି ଯିବ।

The post ଗ୍ରୀନ୍‌ଲାଣ୍ଡରେ ବର୍ଷା, ବିଶ୍ୱ ପାଇଁ ବିପଦ! appeared first on Odisha Reporter.



from Odisha Reporter https://ift.tt/3B5aeoB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages