ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ଟପ୍ କମାଣ୍ଡରଙ୍କ ସମେତ ୨ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ସୁକମା ଏସ୍‌ପି ସୁନୀଲ ଶର୍ମାଙ୍କ ସୂଚନା ଅନୁଯାୟୀ, ଛତିଶଗଡ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ମିଳିତ ଟିମ୍ ଗୋମ୍ପାଡ ଏବଂ କହ୍ନାଇଗୁଡ଼ା ଗାଁ ନିକଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଲାଇଥିଲେ। ଆଜି ସକାଳେ ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଦୁଇ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ କୋଣ୍ଟା ଏରିଆ କମାଣ୍ଡର କବାସୀ ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସୁକମା ଏସ୍‌ପି ସୂଚନା ଦେଇଛନ୍ତି।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ appeared first on Odisha Reporter.



from Odisha Reporter https://ift.tt/2Wh0l8j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages