ଭାରତର ଏମଆଇ-୨୪ ଲଢ଼ୁଆ ହେଲିକପ୍ଟରକୁ ଦଖଲ କଲା ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ଭାରତର ଏମଆଇ-୨୪ ଲଢ଼ୁଆ ହେଲିକପ୍ଟରକୁ ଦଖଲ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସଂଗଠନର ବର୍ବରତା ଜାରି ରହିଛି। ସଂଗଠନ ଗୋଟିଏ ପରେ ଗୋଟିଏ ଆଫଗାନିସ୍ତାନ ଦଖଲ କରୁଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭାରତ ଉପହାର ଆକାରରେ ଆଫଗାନିସ୍ତାନକୁ ଦେଇଥିବା ଗୋଟିଏ ଲଢ଼ୁଆ ହେଲିକପ୍ଟରକୁ ତାଲିବାନ ଆତଙ୍କବାଦୀମାନେ ଦଖଲ କରି ନେଇଛନ୍ତି।

ଏୟାରଫିଲ୍ଡରେ ଉକ୍ତ ହେଲିକପ୍ଟରଟି ରହିଥିବା ବେଳେ ତାଲିବାନ ସଂଗଠନର ସଦସ୍ୟମାନେ ସେଠାରେ ମୁତୟନ ରହିଛନ୍ତି। ଖାଲି ସେତିକି ନୁହେଁ, ସେମାନେ ହେଲିକପ୍ଟର ସହ ଫଟୋ ମଧ୍ୟ ଉଠାଇଛନ୍ତି। ତାଲିବାନ ଦାବି କରିଛି ଯେ ସଂଗଠନ ଏମଆଇ-୨୪ ହେଲିକପ୍ଟରକୁ ନିଜ ନିୟନ୍ତ୍ରଣକୁ ନେଇଛି।

ଏହି ଲଢ଼ୁଆ ବିମାନକୁ ଭାରତ ସରକାର ଆଫଗାନିସ୍ତାନ ଫୋର୍ସକୁ ଉପହାର ଆକାରରେ ଦେଇଥିଲେ। ଆଫଗାନିସ୍ତାନର କାଣ୍ଡୁଜରେ ଏହି ହେଲିକପ୍ଟରଟି ରହିଥିଲା। ଏହାକୁ ସଂଗଠନର ସଦସ୍ୟମାନେ ଦଖଲ କରିନେଇଥିବା ତାଲିବାନ କହିଛି। ତାଲିବାନ ସଂଗଠନ କଣ୍ଡୁଜ ଏୟାରପୋର୍ଟକୁ ଦଖଲ କରିଥିବା ଭିଡିଓ ଓ ଫଟୋ ବି ସାମ୍ନାକୁ ଆସିଛି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ହେଲିକପ୍ଟରର ବ୍ଲେଡ ଗୁଡ଼ିକ ନାହିଁ। ସମ୍ଭବତଃ ଆଫଗାନିସ୍ତାନ ସେନାମାନେ ଏହାକୁ ଆଗୁଆ ବାହାର କରି ଦେଇଛନ୍ତି। କାରଣ ବ୍ଲେଡ ଥିଲେ, ହେଲିକପ୍ଟରକୁ ଆକ୍ରମଣ ପାଇଁ ତାଲିବାନ ସଦସ୍ୟମାନେ ବ୍ୟବହାର କରିବାର ଆଶଙ୍କା ଥିଲା।

ସୂଚନାଯୋଗ୍ୟ, ୨୦୧୯ରେ ଭାରତ ସରକାର ଦୁଇ ଦେଶ ମଧ୍ୟରେ ସମ୍ପର୍କରୁ ଅଧିକ ମଜଭୂତ କରିବା ପାଇଁ ଆଫଗାନିସ୍ତାନ ଏୟାରଫୋର୍ସକୁ ଏମଆଇ-୨୪ ହେଲିକପ୍ଟର ଉପହାର ଆକାରରେ ଦିଆଯାଇଥିଲା। ଏହାବାଦ ୩ଟି ଚିତା ହାଲୁକା ବିମାନ ମଧ୍ୟ ପ୍ରଦାନ କରାଯାଇଥିଲା।

The post ଭାରତର ଏମଆଇ-୨୪ ଲଢ଼ୁଆ ହେଲିକପ୍ଟରକୁ ଦଖଲ କଲା ତାଲିବାନ appeared first on Odisha Reporter.



from Odisha Reporter https://ift.tt/3iAAFMG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages