ବ୍ୟାଙ୍କ ଡକାୟତି କରିବାକୁ ଯାଉଥିଲେ ଉଡାଇ ଦେଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ବ୍ୟାଙ୍କ ଡକାୟତି କରିବାକୁ ଯାଉଥିଲେ ଉଡାଇ ଦେଲା ପୁଲିସ

ଗୌହାଟି: ବ୍ୟାଙ୍କ ଲୁଟିବାକୁ ଆସି ପୁଲିସ ହାବୁଡରେ ପଡ଼ିଯିବାରୁ ଉଭୟ ଡକାୟତ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ଡକାୟତଙ୍କର ମୃତ୍ୟୁ ଘଟିଛି। ପୁଲିସ ଉପରକୁ ଡକାୟତ ଗୁଳି ଚଳାଇବା ପରେ ପୁଲିସର ପାଲଟା ଜବାବରେ ତିନି ଡକାୟତଙ୍କର ମୃତ୍ୟୁ ଘଟିଛି। ଆସାମର କୋକରାଝର ଜିଲ୍ଲାରେ ଶନିବାର ଏପରି ଘଟଣା ଘଟିଛି। ଡିଜିପି ଭାସ୍କରଜ୍ୟୋତି ମହନ୍ତ ଏହି ସୂଚନା ଦେଇଛନ୍ତି।

ଭାସ୍କରଜ୍ୟୋତି ମହନ୍ତ କହିଛନ୍ତି, ଡକାୟତ ମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ପୁଲିସ ମଧ୍ୟ ଡକାୟତଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ଏଥିରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ହେଲେ ବିଳମ୍ୱିତ ରାତି ଯାଏ ଏହି ଅପରେସନ ଚାଲିଥିଲା। ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଡକାୟତଙ୍କ ପାଖରୁ ଗାଡ଼ି, ଚୋରି କରିବାକୁ ବ୍ୟବହୃତ ହେଉଥିବା ଯନ୍ତ୍ରପାତି, ଗ୍ୟାସ କଟର, ଦୁଇଟି ପିସ୍ତଲ ଏବଂ ଅକ୍ସିଜେନ ସିଲିଣ୍ଡର ଜବତ ହୋଇଛି। ଅନ୍ୟପଟେ ବ୍ୟାଙ୍କ ଲୁଟକୁ ରୋକିବାକୁ ଯାଇ ପୁଲିସ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଲିସ ମାନଙ୍କୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସାମ କୋକରାଝର ଜିଲ୍ଲାରେ ଗୋଟିଏ ବଡ଼ ବ୍ୟାଙ୍କ ଡକାୟତିକୁ ରୋକିବାରେ ଆସାମ ପୁଲିସ ସଫଳ ହୋଇଛି। ଏହାଦ୍ୱାରା ଏକ ବଡ଼  ଲୁଟ ହେବାରୁ ବର୍ତ୍ତି ଯାଇଛି। ସେହିପରି ତାଲିବାନକୁ ସମର୍ଥନ କରି ଆସାମର ବିଭିନ୍ନ ସ୍ଥାନରେ ନାରା ଦେଉଥିବା ୧୫ ଜଣଙ୍କୁ ପୁଲିସ ଅଟକ ରଖି ଜେରା କରିଛି।

ସେ ଆହୁରି କହିଛନ୍ତି, ରାଜ୍ୟକୁ ଅପରାଧମୁକ୍ତ କରାଯିବ। ହତ୍ୟା, ହିଂସା ଏବଂ ଘୃଣାକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଯେପର୍ଯ୍ୟନ୍ତ ଏହି ଲକ୍ଷ୍ୟ ସାଧନ ହୋଇନଥିବ ସେଯାଏ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଆସାମରେ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଅପରାଧୀଙ୍କ ବିରୋଧରେ ପୁଲିସ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଯାବତ ୨୦ ଅପରାଧୀଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୩୧ ଅପରାଧୀ ଆହତ ହୋଇଛନ୍ତି। ହେଲେ ବିରୋଧୀ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ବିଭିନ୍ନ ସମୟରେ ସରକାରକୁ ଘେରିବା ସହିତ ପ୍ରଶ୍ନ ଉଠାଇଛନ୍ତି।

The post ବ୍ୟାଙ୍କ ଡକାୟତି କରିବାକୁ ଯାଉଥିଲେ ଉଡାଇ ଦେଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/3zatWPh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages