ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସ ହକିରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶାର ୪ ଖେଳାଳିଙ୍କୁ ସୁନ୍ଦରଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର ଏବଂ ସୁନ୍ଦରଗଡ଼ ସହରରେ ଆଜି ଖେଳାଳିମାନଙ୍କୁ ହକି ପ୍ରେମୀ, ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୃଦୟଭରା ସ୍ୱାଗତ କରାଯାଇଥିଲା। ଯେଉଁଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୁନ୍ଦରଗଡ଼ ସହରରେ ପାରିଜାତ ପାର୍କଠାରୁ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ହକି ତାରକାମାନଙ୍କୁ ଖୋଲା ଗାଡ଼ିରେ ନିଆଯାଇଥିଲା। ରାସ୍ତା ଉପରେ ଶହ ଶହ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ମହିଳା ଏବଂ ସାଧାରଣ ଜନତା ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ହକିପ୍ରେମୀ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନର କର୍ମକର୍ତ୍ତା ଖେଳାଳିମାନଙ୍କୁ ସ୍ୱାଗତ କରି ନେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ହକି ପ୍ରେମୀ, କ୍ରୀଡ଼ାବିତ୍ ଏବଂ ଜନସାଧାରଣ ସୁନ୍ଦରଗଡ଼ ସହରକୁ ଆସିଥିଲେ। ରାସ୍ତାର ଦୁଇ ପାଶ୍ୱର୍ରେ ଛିଡ଼ା ହୋଇ ଲୋକେ ଅଭିନନ୍ଦନ ଜଣାଇଥିଲେ।

ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ବିକାଶ ଭବନଠାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହକି ତାରକାମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଏବଂ ସାରା ଓଡ଼ିଶା ଗର୍ବିତ ବୋଲି କହିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍ ରାଜିନ୍ ଏକ୍କା, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

The post ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା appeared first on Odisha Reporter.



from Odisha Reporter https://ift.tt/3Db3SG4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages