ବଜାର ଯାଇଥିଲେ ଯୁବକ, ପିଟି ଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ବଜାର ଯାଇଥିଲେ ଯୁବକ, ପିଟି ଦେଲା ଅଜଣା ଗାଡ଼ି

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ  ୪୯ନଂ ଜାତୀୟ ରାଜପଥରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।  ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। । ମୃତକ ହେଉଛନ୍ତି ସାଗରପାଲି ଗ୍ରାମର ନରୋତ୍ତମ ପ୍ରଧାନ ।

ଗତକାଲି ରାତିରେ ନରୋତ୍ତମ କୌଣସି କାମରେ ସମରବଗା ଗୋବିନ୍ଦପୁର ଛକ ନିକଟକୁ ଯାଇଥିଲେ। ଗୋବିନ୍ଦପୁର ଛକ ମଝିରେ ଥିବା ପ୍ରକାଶ ଢାବା ନିକଟରେ ନରୋତ୍ତମ ଛିଡ଼ା ହୋଇଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ନରୋତ୍ତମଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ବିଷୟରେ ସ୍ଥାନୀୟ ଲୋକ ପୁଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କ ଟେର ପାଇପାରିନି ପୁଲିସ୍‌।

The post ବଜାର ଯାଇଥିଲେ ଯୁବକ, ପିଟି ଦେଲା ଅଜଣା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/3lHzjBT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages