ଟୋକିଓ ଅଲିମ୍ପିକ୍ସ: ସେମିରେ ବଜରଙ୍ଗ ପୁନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ଟୋକିଓ ଅଲିମ୍ପିକ୍ସ: ସେମିରେ ବଜରଙ୍ଗ ପୁନିଆ

ଟୋକିଓ: ଭାରତର ଷ୍ଟାର ରେସ୍‌ଲର ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗରେ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ଇରାନର ମୋର୍ଟେଜା ଗିଆସିଙ୍କୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛନ୍ତି।

ବଜରଙ୍ଗ ୦-୧ରେ ପଛୁଆ ଥିଲେ। କିନ୍ତୁ ଦ୍ୱିତୀୟ ପିରିୟଡ଼ରେ ମୋର୍ଟେଜାଙ୍କ ଉପରେ ଭାରୀ ପଡ଼ିଥିଲେ ଓ ବିଜୟୀ ହୋଇଥିଲେ।

ସେମି ଫାଇନାଲ୍‌ରେ ବଜରଙ୍ଗ ଆଜବାଇଜାନର ହାଜି ଆଲିଭ୍‌ଙ୍କୁ ଭେଟିବେ। ହାଜି ଆଲିଭ୍‌ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ବଜରଙ୍ଗ ପଦକ ଜିତିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ସେ ୨୦୧୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୯ ବିଶ୍ୱ ଚାମ୍ପିଅନଶିପ୍‌ରେ ସେ ରୌପ୍ୟ ପଦକ ଜିତିଥିଲେ। ଆଉ ଏହା ତାଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ କରିବାରେ ସହାୟକ ହୋଇଥିଲା।

ଯଦି ବଜରଙ୍ଗ ସେମି ଫାଇନାଲ୍‌ରେ ହାରିଯିବେ, ତଥାପି ପଦକ ଆଶା ଉଜ୍ଜୀବିତ ରହିବ। କାରଣ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବାକୁ ସୁଯୋଗ ପାଇବେ।

The post ଟୋକିଓ ଅଲିମ୍ପିକ୍ସ: ସେମିରେ ବଜରଙ୍ଗ ପୁନିଆ appeared first on Odisha Reporter.



from Odisha Reporter https://ift.tt/3Clx2lr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages