କରୋନା କବଳିତ ହୋଇଥିଲେ ଗର୍ଭବତୀ ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

କରୋନା କବଳିତ ହୋଇଥିଲେ ଗର୍ଭବତୀ ନେହା

ମୁମ୍ବାଇ: କରୋନା ମହାମାରୀ କୋପ ଏବେ ସାମାନ୍ୟ କମିଥିଲେ ବି ଏହାକୁ ହାଲକା ଭାବେ ଗ୍ରହଣ କରିବା କଥା ନୁହେଁ। ଏକଥା କହିଛନ୍ତି ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ ଡିଭା ନେହା ଧୂପିଆ। ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା ନେହା ଏନେଇ ନିଜ ଅନୁଭୂତି ବଖାଣିଛନ୍ତି।

ଏକ ସାକ୍ଷାତକାରରେ ନେହା କହିଛନ୍ତି,  ଗର୍ଭବତୀ ହେବାର ମାତ୍ର ୨୪ ଦିନ ପରେ ମୁଁ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ଏହା ପୂର୍ବରୁ ମୋ ସ୍ୱାମୀ ଅଙ୍ଗଦ ବେଦୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇ ସାରିଥିଲେ।

ପାଖରେ ଏକ ଛୋଟ ଝିଅ ଥିବା ବେଳେ ଗର୍ଭରେ ବି ଶିଶୁ ଥିବାରୁ ପ୍ରଥମେ ମୋ ପାଦ ତଳୁ ମାଟି ଖସି ଯାଇଥିଲା। କିପରି ଏହାର ମୁକାବିଲା କରିବି ପ୍ରଥମେ ଭାବି ପାରି ନ ଥିଲି। ହେଲେ ସାହସ ଛାଡ଼ି ନ ଥିଲି। ସାବଧାନତା ଓ ସତର୍କତାର ସହ ଏହାର ମୁକାବିଲା କରିବାକୁ ନିଷ୍ପତ୍ତି ନେଲି।

ପରିବାର ସହ ନେହା ଧୂପିଆ

ଏଥିସହ ନେହା  କହିଛନ୍ତି, ଗର୍ଭବତୀ ଥିବା ଯୋଗୁ ମୁଁ ଅଶ୍ୱସ୍ତିକର ଅନୁଭବ କରୁଥିଲି। ଏହାସତ୍ତ୍ୱେ ପୂରା ଦିନ ଘରେ ମାସ୍କ ପିନ୍ଧି ରହୁଥିଲି। ଏହାବାଦ ଝିଅ ମେହରଠୁ ଦୂରରେ ଘର ଚଟାଣରେ ଶୋଉଥିଲି। ଗର୍ଭବତୀ ଥିବା ସମୟରେ ଚଟାଣରେ ଶୋଇବା ଖୁବ୍‌ କଷ୍ଟକର ହେଉଥିଲେ ମଧ୍ୟ ଝିଅର ସୁରକ୍ଷା ପାଇଁ ମୋତେ ଏପରି କରିବାକୁ ପଡ଼ୁଥିଲା। ଏପରିକି ଝିଅ ମୋ ପାଖକୁ ଆସିବାକୁ ଜିଦ୍‌ କରିବାକୁ ତାକୁ ବୁଝାଇବାକୁ ପଡ଼ୁଥିଲା।  ଏହାସତ୍ତ୍ୱେ  ଆମେ ଖୁବ୍‌ ସାବଧାନ ରହୁଥିବା ବେଳେ ସାହସ ଛାଡ଼ି ନ ଥିଲୁ।   ଫଳରେ ମୁଁ କରୋନା କବଳରୁ ସୁରକ୍ଷିତ ଭାବେ ବାହାରି ଆସି ପାରିଲି।

ଖୁବଶୀଘ୍ର ନେହାଙ୍କ ଘରକୁ ଆସିବେ ନୂଆ ଅତିଥି। ପୁଣି ଥରେ ମା’ ହେବାକୁ ଯାଉଛନ୍ତି  ଅଭିନେତ୍ରୀ ନେହା ଧୁପିଆ। ଗତ ୧୯ ତାରିଖରେ ସୋଶାଲ ମିଡିଆ ଜରିଆରେ ସେ ନିଜେ ଏହି ଖୁସି ଖବର ଜଣାଇଥିଲେ।

ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ନିଜ ଇନଷ୍ଟାଗ୍ରାମରେ ପୁରା ପରିବାରର ଫଟୋ ସେଆର କରିଥିଲେ। ଏହି ଫଟୋରେ ନେହାଙ୍କ ନିଜ ବେବି ବମ୍ପକୁ ଦେଖାଉଥିବା ବେଳେ ତାଙ୍କ ସହ ଝିଅ ମେହେର ମଧ୍ୟ ନଜର ଆସିଥିଲେ। ଏହି ଫଟୋକୁ ସେଆର କରି ନେହା ଏବଂ ଅଙ୍ଗଦ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।

The post କରୋନା କବଳିତ ହୋଇଥିଲେ ଗର୍ଭବତୀ ନେହା appeared first on Odisha Reporter.



from Odisha Reporter https://ift.tt/3CCg0jc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages