ସଂକ୍ରମଣ ବଢ଼ୁଥିବାରୁ ଟିକାର ଅତିରିକ୍ତ ଡୋଜ୍‌ ପାଇଁ ସରକାରଙ୍କ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ସଂକ୍ରମଣ ବଢ଼ୁଥିବାରୁ ଟିକାର ଅତିରିକ୍ତ ଡୋଜ୍‌ ପାଇଁ ସରକାରଙ୍କ ଅନୁମତି

ୱାଶିଂଟନ: ଡେଲ୍ଟା ଭାରିଏଣ୍ଟ ଯୋଗୁ ଆମେରିକାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ଏଯାଏ ୭୦ ପ୍ରତିଶତ ଲୋକ ଟିକା ନେଇ ସାରିଥିଲେ ହେଁ ଦୈନିକ ସଂକ୍ରମଣ ୧ ଲକ୍ଷ ଉପରେ ରହୁଛି। ଏହାକୁ ମୁକାବିଲା କରିବା ପାଇଁ ଆମେରିକା ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

ଏଣିକି ଲୋକମାନେ ଟିକାର ଅତିରିକ୍ତ ଡୋଜ୍‌ ନେଇପାରିବେ। ଏହାର ଅର୍ଥ ଦୁଇଟି ଡୋଜ୍‌ ଟିକା ନେଇଥିବା ଲୋକମାନେ ବୁଷ୍ଟର ବା ତୃତୀୟ ଡୋଜ୍‌ ନେବେ। ତେବେ ଏହା କେବଳ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ଲୋକମାନେ ହିଁ ଲାଗୁ ହେବ।

ଏଫଡିଏର କମିଶନର ଜାନେତ ୱଡକୁକ କହିଛନ୍ତି, ବର୍ତ୍ତମାନ ଆମେରିକାରେ କରୋନାର ଆଉ ଏକ ଲହର ପ୍ରବେଶ କରିଛି। ଏହି ଲହରରେ ମଧ୍ୟ ଲୋକମାନେ ସଂକ୍ରମିତ ହେଉଛନ୍ତି। ବିଶେଷ କରି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ସେହିପରି ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ମଧ୍ୟ କରୋନା ସଂକ୍ରମିତ କରିପାରେ। ତେଣୁ ସେଭଳି ଶ୍ରେଣୀରେ ଥିବା ଲୋକମାନେ ଟିକାର ବୁଷ୍ଟର ଡୋଜ୍‌ ନେଇପାରିବେ। ଏହାଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଜୁନ୍‌ ମାସରେ ଆମେରିକାରେ ଦୈନିକ ହାରାହାରି ୧୧ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରହିଛି। ଆମେରିକାରେ ୨୦୨୦ ନଭେମ୍ବର ମାସରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷ ଥିଲା। କରୋନା ଚିହ୍ନଟ ହେବାର ୯ ମାସ ପରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଜାନୁଆରୀ ମାସରେ କରୋନାର ପିକ୍ ଦେଖିବାକୁ ମିଳିଥିଲା ଓ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିଲା। ଜୁନ୍‌ ମାସରେ କରୋନା ନିୟନ୍ତ୍ରଣକୁ ଆସିଥିଲା। ହେଲେ ୬ ସପ୍ତାହ ପରେ ପୁଣି ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିଯାଇଛି।

କେବଳ ସଂକ୍ରମଣ ନୁହେଁ, ମୃତ୍ୟୁହାର ମଧ୍ୟ ଆମେରିକାରେ ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ତଳେ ଦୈନିକ ମୃତ୍ୟୁହାର ୨୫୦ ରହୁଥିବା ବେଳେ ଏବେ ଏହା ୫୦୦ରେ ପହଞ୍ଚି ଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଭାଗରେ ସଂକ୍ରମଣ ଅଧିକ ରହିଥିବାରୁ ହସ୍ପିଟାଲ ଗୁଡ଼ିକରେ ବେଡ୍‌ର ଅଭାବ ଦେଖିବାକୁ ମିଳିଲାଣି।

ଅନ୍ୟପକ୍ଷରେ ଆମେରିକା ବୁଷ୍ଟର ଡୋଜ୍‌କୁ ଅନୁମତି ଦେଇଥିବା ବେଳେ ଏହାକୁ କିଛି ଦିନ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ବୁଷ୍ଟର ଡୋଜ୍‌ ପାଇଁ କରୁଥିବା ଯୋଜନାକୁ ବିରୋଧ କରିବା ସହ ଅତିକମରେ ସେପ୍ଟେମ୍ବର ଶେଷ ଯାଏ କୌଣସି ରାଷ୍ଟ୍ର ତୃତୀୟ ଡୋଜ୍‌ ଟିକା ଲୋକଙ୍କୁ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲା।

ଏହାଦ୍ୱାରା ଗରିବ ରାଷ୍ଟ୍ରର ଲୋକଙ୍କୁ ଟିକାର ଡୋଜ୍‌ ଦିଆଯାଇ ପାରିବ ବୋଲି ସଂଗଠନ ମତ ଦେଇଥିଲା। ହେଲେ ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ଏହି ଅନୁରୋଧକୁ ଅଣଦେଖା କରିଛନ୍ତି। ସେମାନେ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବେ ବୋଲି ଘୋଷଣା କରିଛନ୍ତି।

The post ସଂକ୍ରମଣ ବଢ଼ୁଥିବାରୁ ଟିକାର ଅତିରିକ୍ତ ଡୋଜ୍‌ ପାଇଁ ସରକାରଙ୍କ ଅନୁମତି appeared first on Odisha Reporter.



from Odisha Reporter https://ift.tt/3AyB5Jq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages