ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଦଳ ପଦକ ଜିତିଥିବାରୁ ଏବେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା କରୁଛି। ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ।

ସେ କହିଛନ୍ତି ଯେ ଟିମ୍ ବହୁତ ବଢ଼ିଆ ଖେଳିଛି। ତେବେ ଟିମ୍‌ର ‘ସାଇଲେଣ୍ଟ ହିରୋ’ ହେଉଛନ୍ତି ଓଡ଼ିଶା ଅମିତ୍ ରୋହିଦାସ, ଯାହାଙ୍କୁ ଏତେ ସ୍ୱୀକୃତି ମିଳିନି। ସେ ଖୁବ୍‌ ସାହାସୀ। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍‌ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିଲେ। ଏହା ଏକ ବଡ଼ କଥା। କିନ୍ତୁ ଆମେ କେହି ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି। ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଆସୁଥିବା ବଲ୍‌କୁ ଅଟକାଇବା ସହଜ କଥା ନୁହେଁ। ଅମିତ୍ ରୋହିଦାସ ଖୁବ୍ ଭଲ ଖେଳିଥିଲେ।

ଏହା ସହିତ ଭାରତୀୟ ଟିମ୍‌ର ଗୋଲ୍‌କିପର ଶ୍ରୀଜେଶଙ୍କୁ ପ୍ରଶଂସା କରିଛନ୍ତି ଆଶିଷ ବଲାଲ। ସେ କହିଛନ୍ତି, ଶ୍ରୀଜେଶ ହେଉଛନ୍ତି ଟିମ୍‌ର ମେରୁଦଣ୍ଡ।

ସୂଚନାଯୋଗ୍ୟ, ଅମିତ୍ ରୋହିଦାସଙ୍କ ବ୍ୟତୀତ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଟିମ୍‌ରେ ସାମିଲ ହୋଇଥିଲେ।

ଆଜି ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଲଢ଼େଇ ହୋଇଥିଲା। ଆଉ ଏଥିରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲା ଭାରତୀୟ ଟିମ୍‌।

The post ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’ appeared first on Odisha Reporter.



from Odisha Reporter https://ift.tt/3lCq1H5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages