କୋଭିଡ ହସ୍ପିଟାଲ ଆଇସିୟୁରୁ ରୋଗୀ ଗାଏବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

କୋଭିଡ ହସ୍ପିଟାଲ ଆଇସିୟୁରୁ ରୋଗୀ ଗାଏବ

କଟକ(ଓଡ଼ିଶା ରିପୋର୍ଟର):  ଆଇସିୟୁରୁ ଗାଏବ ହୋଇଗଲେ ରୋଗୀ। ଆଶ୍ଚର୍ଯ୍ୟ ଲାଗିଲେ ବି ଏପରି ଘଟଣା ଘଟିଛି କଟକ ଏସ୍‌ସିବିସ୍ଥିତ କୋଭିଡ ହସ୍ପିଟାଲରେ । ରୋଗୀ କୁଆଡ଼େ ଗଲେ ବୋଲି ପରିବାର ଲୋକଙ୍କ ପ୍ରଶ୍ନର ଉତ୍ତର ମେଡିକାଲ କର୍ତ୍ତୃପକ୍ଷ ଦେଇ ପାରୁ ନ ଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଗୁରୁତର ରୋଗୀ କିପରି ମେଡିକାଲ କର୍ମଚାରୀଙ୍କ ଅଗୋଚରରେ ବାହାରକୁ ଯିବାକୁ ସକ୍ଷମ ହେଲା  ତାକୁ ପରିବାର ଲୋକ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ସତରେ ଗାଏବ ହୋଇଛନ୍ତି ନା ପଛରେ ଆଉ କିଛି ସତ ଲୁଚି ରହିଛି ତାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପାରେ ବର୍ଷିଛନ୍ତି ରୋଗୀଙ୍କ ପରିବାର ଲୋକ ।

ମିଳିଥିବା ସୂଚନା ଅନୁଯାୟୀ, ମାହାଙ୍ଗା ଅଞ୍ଚଳର ବ୍ୟକ୍ତିଜଣକ କୋଭିଡ଼ରେ ଆକ୍ରାନ୍ତ ହୋଇ  ଗତ ଗୁରୁବାର ଏସସିବିରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତ ରାତି ୩ଟାରୁ ସେ କେଉଁଆଡ଼େ ଚାଲି ଯାଇଛନ୍ତି ।  ପରିବାର ଲୋକେ ତାଙ୍କ ବିଷୟରେ ଖବର ନେବାରୁ ସେ କେଉଁଆଡ଼େ ଚାଲି ଯାଇଥିବା କୋଭିଡ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।  ଯାହାକୁ ବି ପରିବାର ଲୋକ ସହଜେ ଗ୍ରହଣ କରି ପାରି ନ ଥିଲେ। ।

କୋଭିଡ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଜଣେ ଆଇସିୟୁ ପେସେଣ୍ଟ କିପରି ଅନ୍ତର୍ଦ୍ଧାନ ହୋଇଗଲେ ବୋଲି ପ୍ରଶ୍ନ ହୋଇଛି।  ଏନେଇ ରୋଗୀଙ୍କ ପରିବାର ଲୋକ କଟକ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଏସସିବିସ୍ଥିତ କୋଭିଡ ହସ୍ପିଟାଲରେ ରୋଗୀ ସୁରକ୍ଷା ନେଇ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଗତ କିଛି ତଳେ କୋଭିଡ ହସ୍ପିଟାଲରେ ୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଜଣେ ରୋଗୀ ବାଥ୍‌ରୁମ୍‌ରେ ପଡ଼ି ଓ ଜଣେ ଅନ୍ୟ ଜଣେ ୪ ମହଲା ଝରକାରୁ ତଳକୁ ଖସି ଆଖି ବୁଜିଥିଲେ। ଏବେ ଆଇସିୟୁରୁ ଜଣେ ରୋଗୀ ଗାଏବ ହୋଇଯାଇଥିବା ବେଳେ ସେ ଜୀବିତ ଅଛନ୍ତି ନା ନାହିଁ ତାକୁ ନେଇ ଆରମ୍ଭ ହେଲାଣି ଖୋଳତାଡ଼।  ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁ ନ ଥିବା ବେଳେ ମେଡିକାଲ କର୍ମଚାରୀଙ୍କ ହାତରେ ନିଜ  ଆତ୍ମୀୟଙ୍କୁ ଟେକି ଦେବାକୁ ଏବେ ଆଉ ସୁରକ୍ଷିତ ମଣୁ ନାହାନ୍ତି ସାଧାରଣ ଲୋକ। ରୋଗୀ ଭଲ ହୋଇ ଆସୁଥିବା  ବେଳେ ହଠାତ୍‌ ସେମାନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଏକ ଶକ୍ତ ଝଟକା ଦେଉଥିବା ବେଳେ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଯତ୍ନକୁ ନେଇ  ଉଠିଲାଣି ପ୍ରଶ୍ନବାଚୀ।

The post କୋଭିଡ ହସ୍ପିଟାଲ ଆଇସିୟୁରୁ ରୋଗୀ ଗାଏବ appeared first on Odisha Reporter.



from Odisha Reporter https://ift.tt/2XivCZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages