ଯାଜପୁର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଠକେଇ। ଯାଜପୁରରୁ ଗିରଫ । ଯାଜପୁର ଜିଲ୍ଲା ବରୀରେ ଦିଲ୍ଲୀ ପୁଲିସ ଚଢାଉ କରି ଅନ୍ଲାଇନରେ ଠକେଇ କରିଥିବା ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ୩୦ ବର୍ଷୀୟ ପ୍ରିତମ୍ କର । ତାଙ୍କ ଘର ବରୀ ଥାନା ଅଧୀନ ଭୂରୁଙ୍ଗା ଗାଁରେ । ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ। ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ୍ କାର୍ଡ ପଠାଉଥିବା ପୁଲିସ ସୂଚନା ଦେଇଛି । ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ବରୀରେ ପହଞ୍ଚିଥିଲା । ଗତ ରାତିରେ ପ୍ରିତମଙ୍କୁ ତାଙ୍କ ବରୀ ସ୍ଥିତ ବାସଭବନରୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଆଜି ଠକ ପ୍ରିତମଙ୍କ କୋର୍ଟରେ ହାଜର କରିବା ପରେ ଦିଲ୍ଲୀକୁ ଟ୍ରାନଜିଟ୍ ରିମାଣ୍ଡରେ ନେଇପାରେ।
The post ଦିଲ୍ଲୀରେ ଠକେଇ, ଯାଜପୁରରୁ ଗିରଫ appeared first on Odisha Reporter.
from Odisha Reporter https://ift.tt/3lTVXGX
No comments:
Post a Comment