କାବୁଲ: ତାଲିବାନ ଦଖଲରେ ଥିବା କାବୁଲରେ ସିରିଜ୍ ବିସ୍ଫୋରଣ ପୂରା ବିଶ୍ୱକୁ ଦୋହଲାଇ ଦେଇଛି। ଗୁରୁବାର ସନ୍ଧ୍ୟାରେ କାବୁଲ ଏୟାରପୋର୍ଟ ବାହାରେ ହୋଇଥିବା ଏକାଧିକ ବିସ୍ଫୋରଣରେ ଏଯାଏ ୭୨ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକା ସେନାର ଯବାନ ମଧ୍ୟ ରହିଛନ୍ତି।
ସେହିପରି ୧୪୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବିସ୍ଫୋରଣ ପରେ ସାମ୍ନାକୁ ଆସିଥିବା ଭିଡିଓ ଅତ୍ୟନ୍ତ ଭୟଙ୍କର ଓ ହୃଦୟ ବିଦାରକ। ଘଟଣା ପରେ ଶତାଧିକ ଲୋକ ଏୟାରପୋର୍ଟ ନିକଟରେ ଥିବା ଗୋଟିଏ ନାଳରେ ପଡ଼ି ରହିଛନ୍ତି। ଚାରିଆଡ଼େ ରକ୍ତର ଛିଟା। ଲୋକମାନେ ସାହାଯ୍ୟ ପାଇଁ ବିକଳରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି।
ଏହି ଭୟଙ୍କର ବିସ୍ଫୋରଣ ପାଇଁ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି। କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ହଜାର ହଜାର ଲୋକ ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଅପେକ୍ଷା କରି ଥିବା ବେଳେ ବିସ୍ଫୋରଣ ଘଟିଛି। ଏଠାରେ ଆତଙ୍କୀ ହମଲା ହୋଇପାରେ ବୋଲି ଏକାଧିକ ରାଷ୍ଟ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ଏଥିସହ ଲୋକଙ୍କୁ ସ୍ଥାନ ଖାଲି କରିବାକୁ କୁହାଯାଇଥିଲା।
ହେଲେ ଏହି ସତର୍କ ସୂଚନାକୁ ୨୪ ଘଣ୍ଟା ପୂରି ନଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସିରିଜ୍ ବିସ୍ଫୋରଣ ହୋଇଥିଲା। ପ୍ରଥମେ ଆବେ ଗେଟ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବା ବେଳେ ଏହାଠାରୁ ମାତ୍ର କିଛି ଦୂରତାରେ ଥିବା ଗୋଟିଏ ହୋଟେଲ ନିକଟରେ ମଧ୍ୟ ଆକ୍ରମଣ କରାଯାଇଥିଲା। ହୋଟେଲରେ ବ୍ରିଟିଶ ନାଗରିକଙ୍କ ସହ ସାଧାରଣ ଲୋକ ରହୁଥିଲେ। ବିସ୍ଫୋରଣ ପରେ ଏଠାରେ ଗୁଳି ମଧ୍ୟ ମାଡ଼ କରାଯାଇଥିବା ଜଣାପଡ଼ିଛି।
#Breaking another footage (Strong Graphics +18)
The number of Injuries and deads cross 100#Kabulairport pic.twitter.com/63cgEOsj1o
— Aśvaka – آسواکا News Agency (@AsvakaNews) August 26, 2021
ଦୁଇଟି ବିସ୍ଫୋରଣ କିଛି ସମୟରେ ବିଳମ୍ବିତ ରାତିରେ ଆଉ ଦୁଇଟି ବିସ୍ଫୋରଣର ଖବର ମିଳିଛି। ହେଲେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କେନ୍ଦ୍ରୀୟ କାବୁଲରେ ତାଲିବାନଙ୍କ ଗାଡ଼ିକୁ ଟାର୍ଗେଟ କରି ତୃତୀୟ ଓ ୪ର୍ଥ ବିସ୍ଫୋରଣ ହୋଇଥିବା କୁହାଯାଉଛି।
GRAPHIC: Video shows the aftermath of #Kabul airport bombing. pic.twitter.com/lzynpxITYO
— Ahmer Khan (@ahmermkhan) August 26, 2021
ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଏୟାରପୋର୍ଟ ନିକଟରେ ହୋଇଥିବା ଟ୍ୱିନ ବ୍ଲାଷ୍ଟରେ ୧୩ ଜଣ ଆମେରିକା ଯବାନ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଆଗକୁ ମଧ୍ୟ ଆକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ଆମେରିକା ନାଗରିକମାନେ ତୁରନ୍ତ ଏୟାରପୋର୍ଟ ଗେଟ୍ ନିକଟରୁ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ବିସ୍ଫୋରଣ ପରେ କଣ୍ଟ୍ରୋଲ ରୁମରେ ବସି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଜରୁରୀ ବୈଠକ ହୋଇଥିଲା। ବିସ୍ଫୋରଣ ସତ୍ତ୍ୱେ ଉଭୟ ଦେଶ କାବୁଲ ଏୟାରପୋର୍ଟରେ ଫସି ରହିଥିବା ନିଜ ଦେଶର ନାଗରିକଙ୍କୁ ଉଦ୍ଧାର କରିବେ ବୋଲି ଘୋଷଣା କରିଛନ୍ତି।
VIDEO: People being rushed to the hospital following reported suicide bomber attack at Kabul airport.
— Election Wizard (@ElectionWiz) August 26, 2021
ତାଲିବାନ ଆଫଗାନ ଦଖଲ କରିବା ପରେ ହଜାର ହଜାର ଲୋକ ଭୟରେ ଦେଶ ଛାଡ଼ିବାକୁ ଅଗଷ୍ଟ ୧୫ରୁ କାବୁଲ ଏୟାରପୋର୍ଟରେ ପଡ଼ି ରହିଛନ୍ତି। ଏସବୁ ଭିତରେ ଅଗଷ୍ଟ ୩୧ ସୁଦ୍ଧା ଦେଶ ଛାଡ଼ିବାକୁ ତାଲିବାନ ଆମେରିକା ଓ ଅନ୍ୟ ଦେଶର ସେନାମାନଙ୍କୁ ଚେତାବନୀ ଦେଇଛି। ଏଥିପାଇଁ ଦ୍ରୁତଗତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି।
ଉଦ୍ଧାର ପାଇଁ ବିକଳ ହେଉଥିବା ଲୋକଙ୍କୁ ଟାର୍ଗେଟରେ କରି ଆଇଏସର ଖୋରସାନ ସଂଗଠନ ପକ୍ଷରୁ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏବେ ଦେଶ ଛାଡ଼ିବାକୁ ଅପେକ୍ଷା କରିଥିବା ଲୋକଙ୍କ ମନରେ କୋକୁଆ ଭୟ। ଗୋଟିଏ ପଟେ ତାଲିବାନ ଓ ଅନ୍ୟପଟେ ଆଇଏସ୍ର ଆକ୍ରମଣ ସେମାନଙ୍କ ଜୀବନକୁ ଏକ ପ୍ରକାରର ନର୍କ ବନାଇ ଦେଇଥିବା ସେମାନେ କହିଛନ୍ତି।
WARNING: GRAPHIC CONTENT – There were at least two explosions near Kabul's airport amid a huge evacuation effort from Afghanistan, the Pentagon said, with civilians and U.S. service members among the casualties https://t.co/UZDUs04zlE pic.twitter.com/HjW0TpFFDR
— Reuters (@Reuters) August 26, 2021
The post ରକ୍ତରଞ୍ଜିତ କାବୁଲ, ୧୨ ଆମେରିକା ଯବାନଙ୍କ ସହ ୭୨ ଜଣଙ୍କ ଜୀବନ ଗଲାଣି appeared first on Odisha Reporter.
from Odisha Reporter https://ift.tt/3ks6Ux9
No comments:
Post a Comment