ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ, ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 26, 2021

ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ, ତା’ ପରେ…

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ଜମୁଛି ବିଜେଡି ନେତାଙ୍କ ଆସର। ଏହାକୁ ନେଇ ଗତ ରାତିରେ ସେଠାରେ ପହଞ୍ଚିଥିବା କିଛି ବିଜେପି କର୍ମୀଙ୍କ ସହ ପୁଲିସ୍‌ର ଧସ୍ତାଧସ୍ତି ହୋଇଥିଲା। ପୁଲିସ୍‌ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଯୋଗ୍ୟ,  ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି । ଅଗଷ୍ଟ ୧୮ରୁ ୩୦ ତାରିଖ ଯାଏଁ ପାର୍କ ପୂରା ବନ୍ଦ ବୋଲି ସୂଚନା ଫଳକ ବି ଲଗାଯାଇଛି  । ତେବେ ସାଧାରଣ ଲୋକଙ୍କ ପାଇଁ ପାର୍କ ବନ୍ଦ ଥିବା ବେଳେ ରାଜନୈତିକ ଉଦ୍ଦଶ୍ୟରେ କିଭଳି ଭୋଜି ଆୟୋଜନ ହୋଇପାରୁଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଗତ ରାତିରେ ବିଜେଡିର କେତେକ ବିଧାୟକ ରାମଲିଙ୍ଗମ୍ ପାର୍କରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ମୁତୟନ ହୋଇଥିବା ପୁଲିସ କର୍ମୀଙ୍କ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପ୍ରବଳ ଉତ୍ତେଜନା ଦେଖାଯିବାରୁ ପୁଲିସ୍‌  ୨୦ରୁ ଅଧିକ ବିଜେପି କର୍ମୀଙ୍କୁ  ଉଠାଇ ନେଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହାକୁ ଅନୁଧ୍ୟାନ କରିବାକୁ ପର୍ଯ୍ୟାୟ କ୍ରମେ ୧୦୮ ବିଧାୟକ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି।  ସେମାନଙ୍କ ପାଇଁ ରାମଲିଙ୍ଗେଶ୍ୱର ପାର୍କରେ ସବୁ ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ପାଇଁ ବନ୍ଦ ଥିବା ପାର୍କରେ ବିଧାୟକଙ୍କ ଆସର ଜମୁଥିବାରୁ ଏହାକୁ ବରଦାସ୍ତ କରିପାରୁ ନାହାନ୍ତି ସାଧାରଣ ଲୋକ। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି।

The post ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ, ତା’ ପରେ… appeared first on Odisha Reporter.



from Odisha Reporter https://ift.tt/2WsutO6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages