ଟୋକିଓ: ଇତିହାସ ରଚିଲେ ଭାରତର ଭାବିନାବେନ୍ ପଟେଲ୍। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍ରେ ପଦକ ଜିତିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ।
ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନ୍ର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ତାଙ୍କର ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥିଲେ।
ଭାବିନା ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି। ଅନ୍ୟପକ୍ଷରେ ଚୀନର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା।
Outstanding debut appearance from #IND Bhavina Patel at #Paralympics Bhavina Patel has created history by winning #Silver medal for #IND pic.twitter.com/Yv7AI347p1
— Doordarshan Sports (@ddsportschannel) August 29, 2021
The post ଇତିହାସ ରଚିଲେ ଭାରତର ଭାବିନା, ପାରାଲିମ୍ପିକ୍ସରେ ଜିତିଲେ ରୌପ୍ୟ appeared first on Odisha Reporter.
from Odisha Reporter https://ift.tt/3gGpl0f
No comments:
Post a Comment