କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଆରମ୍ଭ ହୋଇଛି ଇକ୍ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ରାତିରେ ତାଙ୍କୁ ଏସ୍ସିବିର କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।
ଇକମୋ ଚିକିତ୍ସା ସେବା କେଉଁମାନଙ୍କୁ ଯୋଗାଇ ଦିଆଯିବ, ତାହା ଚୟନ କରିବାକୁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିରେ ୯ଟି ଇକମୋ ମେସିନ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକର ଏସିସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ଇକ୍ମୋ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ପୂର୍ବ ଭାରତର ହବ୍ରେ ପରିଣତ କରାଯିବ।
The post ଏସ୍ସିବିରେ ଇକ୍ମୋ ଚିକିତ୍ସା ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/2WuXdFZ
No comments:
Post a Comment