ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୫୭ଟି ହେଉଛି ଲୋକାଲ୍ କେସ୍। ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୨୯ ଜଣ ଥିବା ବେଳେ ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୨, ଭଦ୍ରକରୁ ୧୮, ବଲାଙ୍ଗିରରୁ ୨, କଟକରୁ ୧୪୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୦, ଗଜପତିରୁ ଜଣେ, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୩୨, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୧୬, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୧, ନୟାଗଡ଼ରୁ ୨୨, ପୁରୀରୁ ୩୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୯, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୨ ଓ ଷ୍ଟେଟ୍ ପୁଲ୍ରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି। ବୌଦ୍ଧ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
୮୫୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୩୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୪ ହଜାର ୨୨୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯,୩୦୨ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୩୫୮କୁ ବୃଦ୍ଧି ପାଇଛି।
ଏହି ୬୯ ଜଣଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏଁ ଥିବା ବେଳେ ଢେଙ୍କାନାଳରୁ ୧୧, ଅନୁଗୋଳରୁ ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ, ଯାଜପୁରରୁ ୫, ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ଏବଂ ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୧କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୧୮୭, ଢେଙ୍କାନାଳରେ ୧୯୧, ଅନୁଗୋଳରେ ୩୩୨, କେନ୍ଦ୍ରାପଡ଼ାରେ ୨୦୮, ଯାଜପୁରରେ ୧୨୪, ବାଲେଶ୍ୱରରେ ୨୫୫, ଭଦ୍ରକରେ ୧୨୨, ଖୋର୍ଦ୍ଧାରେ ୧,୪୧୩, ନବରଙ୍ଗପୁରରେ ୬୯ ଓ ନୟାଗଡ଼ରେ ୧୯୬ରେ ପହଞ୍ଚିଛି।
The post ରାଜ୍ୟରେ ଆଉ ୧୦୦ ଛୁଆ କରୋନାରେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3gnFxTU
No comments:
Post a Comment