କାବୁଲ: ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟକୁ ଆଣିବା ପାଇଁ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ରବିବାର ସକାଳେ କାବୁଲରେ ଫସିଥିବା ୧୦୭ ଜଣ ଭାରତୀୟଙ୍କ ସମେତ ମୋଟ ୧୬୮ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଏୟାରଫୋର୍ସର ସି-୧୭ ବିମାନ ଗ୍ଲୋବମାଷ୍ଟର ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ହିଣ୍ଡନ ଆଇଏଏଫ୍ ଏୟାରବେସରେ ପହଞ୍ଚିଛି। ୧୬୮ ଯାତ୍ରୀଙ୍କୁ ସୁରକ୍ଷିତ ଆଣିବା ନେଇ ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ।
ତେବେ ବିମାନରେ କିଛି ଆଫଗାନିସ୍ତାନ ନାଗରିକ ଦେଶ ଛାଡ଼ି ପଳାଇ ଆସିଛନ୍ତି, ଯେଉଁଥିରେ ଦୁଇଜଣ ଆଫଗାନିସ୍ତାନ ସାଂସଦ ଅଛନ୍ତି। ୧୬୮ ଜଣଙ୍କ ମଧ୍ୟରୁ ୨୪ ଜଣ ଆଫଗାନିସ୍ତାନ ଶିଖ୍ ମଧ୍ୟ ଫେରିଛନ୍ତି। ଏଠାକୁ ଫେରିବା ପରେ ସେମାନେ ସେଠାକାର ଦୁର୍ଦ୍ଦଶା ବଖାଣିଛନ୍ତି। ତାଲିବାନ ସେମାନଙ୍କୁ ବିମାନବନ୍ଦରକୁ ଆସିବାକୁ ଦେଉନଥିବା ସେମାନେ କହିଛନ୍ତି। ଆଜି କାବୁଲରୁ ଗୋଟିଏ ବିମାନ କତାରର ଦୋହା ଏବଂ ଅନ୍ୟଟି ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ପହଞ୍ଚିଛି। ଆଫଗାନିସ୍ତାନରୁ ରବିବାର ସକାଳେ ଫେରିଥିବା ଭାରତୀୟ ବିମାନରେ ‘ଭାରତ ମାତା କି ଜୟ’ର ନାରା ଲଗାଇଥିଲ।
ଏହା ପୂର୍ବରୁ ରବିବାର ସକାଳେ ୮୭ ଜଣ ଭାରତୀୟଙ୍କୁ ନେଇ ବିମାନ ଦିଲ୍ଲୀ ପହଞ୍ଚିଛି। ଆଜି ସକାଳେ ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟର ଟି-୩ ଟର୍ମିନାଲ ପ୍ଲେନ ଲାଣ୍ଡିଙ୍ଗ ହୋଇଛି। ଉଭୟ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଫ୍ଲାଇଟରେ ପହଞ୍ଚିଥିବା ନାଗରିକଙ୍କର ଆଟିପିସିଆର୍ ଟେଷ୍ଟ ହୋଇଛି, ଯାହାର ରିପୋର୍ଟ ଖୁବଶୀଘ୍ର ଆସିବ। ଏହା ପରେ ସେମାନଙ୍କୁ ପୋଲିଓ ଟିକା ଦିଆଯାଇଛି। ଯାହା ପରେ କାବୁଲରୁ ଉଦ୍ଧାର କରାଯାଇଥିବା ଲୋକ ଇମିଗ୍ରେସନ ଓ କଷ୍ଟମ ବିଭାଗ ହୋଇ ବାହାରକୁ ଆସିଥିଲେ।
ଏହାବ୍ୟତୀତ ଆଫଗାନିସ୍ତାନର କିଛି ବିଦେଶ କମ୍ପାନୀରେ କାମ କରୁଥିବା ୯୦ରୁ ଅଧିକ ଭାରତୀୟ କର୍ମଚାରୀଙ୍କୁ ଆମେରିକା ଓ ନାଟୋ ବିମାନ ଯୋଗେ ଦୋହା ପଠାଯାଇଛି। ତାଲିବାନୀଙ୍କ ଦ୍ୱାରା ଆଫଗାନିସ୍ତାନ କବଜା ପରେ ଭାରତ ପୂର୍ବରୁ ହିଁ ଆଫଗାନର ରାଜଧାନୀରୁ ଭାରତୀୟ ଦୂତାବାସ ଓ ଅନ୍ୟ କର୍ମୀଙ୍କ ସମେତ ମୋଟ ୨୦୦ ଲୋକଙ୍କୁ ବାୟୁସେନାର ଦୁଇଟି ସି-୧୯ ବିମାନ ଯୋଗେ ସେଠାରୁ ଉଦ୍ଧାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୩୮୦୦ ଲୋକଙ୍କୁ କାବୁଲ ଏୟାରପୋର୍ଟରୁ ଉଦ୍ଧାର କରିଛି।
The post କାବୁଲରୁ ୧୬୮ ଜଣ ଭାରତରେ ପହଞ୍ଚିଲେ appeared first on Odisha Reporter.
from Odisha Reporter https://ift.tt/3j8LHc4
No comments:
Post a Comment