ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ କବଜା କଲା ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ କବଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ୍‌କୁ କବଜା କରିଛି ତାଲିବାନ। ଗୁରୁବାର କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ ଭିତରେ ତାଲିବାନୀମାନେ ବନ୍ଧୁକ ଧରି ପ୍ରବେଶ କରିଛନ୍ତି। ପୂର୍ବତନ ଆଫଗାନିସ୍ତାନ କ୍ରିକେଟର ଅବଦୁଲ୍ଲା ଅବଦୁଲ୍ଲା ମଜାରି ଏବଂ ତାଲିବାନୀ ଏକାଠି ଯାଇ କ୍ରିକେଟ ବୋର୍ଡ ଅଫିସ ଭିତରେ ପ୍ରବେଶ କରିଥିଲେ ବୋଲି ସୂଚନା ରହିଛି। ତେବେ ଦେଶରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିରେ କ୍ରିକେଟ ପ୍ରଭାବିତ ହେବ ନାହିଁ ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଅଧିକାରୀ କହିଛନ୍ତି।

ଆଫଗାନିସ୍ତାନ କ୍ରିକେଟ ଟିମ୍ ଟି-ଟ୍ୱେଣ୍ଟି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦେଶରେ ଥିବା ବିଭିନ୍ନ କ୍ରିକେଟ ଷ୍ଟାଡିୟମକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇଥିବା ରିପବ୍ଲିକ ଟିଭିର ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ତାଲିବାନ ଏସବୁକୁ କବଜା କରିବା ପୂର୍ବରୁ ସୋମବାର ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ହମିଦ ଶିନଓ୍ୱାରି କହିଥିଲେ ଯେ ଆଗାମୀ ଦିନରେ କ୍ରିକେଟ ପ୍ରଭାବିତ ହେବ ନାହିଁ। ତାଲିବାନୀ ମଧ୍ୟ କ୍ରିକେଟକୁ ସମର୍ଥନ କରନ୍ତି। ଆଫଗାନିସ୍ତାନ କ୍ରିକେଟର ଏବଂ ତାଙ୍କ ପରିବାର ସୁରକ୍ଷିତ ରହିଛି। କେବଳ ରସିଦ ଖାନ୍ ଏବଂ ମୁଜିବ ଉର ରେହମାନ ଏକ ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡରେ ଅଛନ୍ତି । ବାକି ସମସ୍ତ ଖେଳାଳି ସୁରକ୍ଷିତ ରହିଛନ୍ତି ବୋଲି ହମିଦ କହିଥିଲେ।

ଅନ୍ୟପଟେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଘରୋଇ ଟି-ଟ୍ୱେଣ୍ଟି ସିରିଜର ତାରିଖ ଘୋଷଣା କରିଛି। ସେପ୍ଟେମ୍ୱର ୧୦ରୁ ୨୫ ମଧ୍ୟରେ କ୍ରିକେଟ ଖେଳାଯିବ ବୋଲି ବୋର୍ଡ ଘୋଷଣା କରିଛି। ଏହି ମ୍ୟାଚ କାବୁଲ କ୍ରିକେଟ ଷ୍ଟାଡିୟମରେ ହେବ ବୋଲି ଘୋଷଣା ହୋଇଛି।

ଆୟୋଜିତ ହେବାକୁ ଥିବା ଘରୋଇ ଟି-ଟ୍ୱେଣ୍ଟି ମ୍ୟାଚରେ ଆଉ ଦୁଇଟି ଦଳ ସାମିଲ ହେବେ। ଏହାକୁ ମିଶାଇ ମୋଟ ଫ୍ରାଞ୍ଚାଇଜି ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଏହା ଘରୋଇ ଲିଗର ଅଷ୍ଟମ ସଂସ୍କରଣ ବୋଲି ଟ୍ୱିଟ୍ କରି କହିଛି ଏସିବି। ସିଇଓ ହମିଦ ଏକ ବିବୃତ୍ତିରେ କହିଛନ୍ତି, ଏଥର ଏହି ସିରିଜ୍ ଦର୍ଶକ ଏବଂ ପ୍ରଶଂସକଙ୍କୁ ଏକ ନୂଆ ଅଭିଜ୍ଞତା ପ୍ରଦାନ କରିବ। ଏହା ଖେଳାଳିଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ।

The post ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ କବଜା କଲା ତାଲିବାନ appeared first on Odisha Reporter.



from Odisha Reporter https://ift.tt/3k6zLah

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages