ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସ ଗବେଷକମାନେ ଏକ ନୂଆ ଫଙ୍ଗସ୍ର ସନ୍ଧାନ କରିଛନ୍ତି। ଏହି ନୂଆ ଫଙ୍ଗସ୍ର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି।
କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାୟୋଟିକ୍ ଆଦି ଔଷଧ ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଫଙ୍ଗାଲ୍ ଇନ୍ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବା ଦେଖାଦେଉଛି।
ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ। ଆଖି ନାଲି ପଡ଼ି ଫୁଲିଯାଏ। ମୁଣ୍ଡ ଚାରି ପଟୁ ବିନ୍ଧେ। ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ।
The post ଭୁବନେଶ୍ୱର ଏମ୍ସ ଦ୍ୱାରା ନୂଆ ଫଙ୍ଗସ୍ର ସନ୍ଧାନ appeared first on Odisha Reporter.
from Odisha Reporter https://ift.tt/2XJbPSP
No comments:
Post a Comment