ଜୁଲାଇରେ ଓଡ଼ିଶାରୁ ୩,୬୧୫ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ଜୁଲାଇରେ ଓଡ଼ିଶାରୁ ୩,୬୧୫ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୧ ଜୁଲାଇ ମାସରେ ମୋଟ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି। ଯେଉଁଥିରେ ଓଡ଼ିଶାରୁ ୩,୬୧୫ କୋଟି ଟଙ୍କା ରହିଛି। ୨୦୨୦ ଜୁଲାଇରେ ଓଡ଼ିଶାରୁ ୨,୩୪୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା। ଏବେ କିନ୍ତୁ ଗତ ଜୁଲାଇ ମାସ ତୁଳନାରେ ଚଳିତ ଥର ଜିଏସଟି ଆଦାୟ ୫୪% ବୃଦ୍ଧି ପାଇଛି। ଏହାର ଅର୍ଥ ଘରୋଇ ଅର୍ଥନୀତି ଦ୍ରୁତି ଗତିରେ ସୁଧୁରୁଛି। ଏହି ଦୃଷ୍ଟିରୁ ଆଗାମୀ ମାସଗୁଡ଼ିକରେ ମଧ୍ୟ ମୋଟା ଅଙ୍କର ଜିଏସଟି ରାଜସ୍ୱ ସଂଗ୍ରହ ହେବ ବୋଲି ଆଶା କରାଯାଉଛି।

ମୋଟ୍ ଜିଏସଟି ଆଦାୟରୁ ୨୨,୧୯୭ କୋଟି ଟଙ୍କାର ସିଜିଏସଟି, ୨୮,୫୪୧ କୋଟି ଟଙ୍କାର ଏସଜିଏସଟି, ୫୭,୮୬୪ କୋଟି ଟଙ୍କାର ଆଇଜିଏସଟି (ଉତ୍ପାଦ ଆମଦାନି ଉପରେ ସଂଗୃହୀତ ୨୭,୯୦୦ କୋଟି ଟଙ୍କାକୁ ମିଶାଇ) ଏବଂ ୭,୭୯୦ କୋଟି ଟଙ୍କାର ସେସ୍ (ଉତ୍ପାଦ ଆମଦାନି ଉପରେ ଆଦାୟ ହୋଇଥିବା ୮୧୫ କୋଟି ଟଙ୍କାକୁ ମିଶାଇ) ଅନ୍ତର୍ଭୁକ୍ତ । ୨୦୨୧ ଜୁଲାଇ ୧ରୁ ୨୦୨୧ ଜୁଲାଇ ୩୧ ମଧ୍ୟରେ ଦାଖଲ ହୋଇଥିବା ଜିଏସଟିଆର-୩ବିରୁ ହାସଲ କରାଯାଇଥିବା ଜିଏସଟି ସଂଗ୍ରହ ଏବଂ ସମାନ ଅବଧିରେ ହାସଲ କରାଯାଇଥିବା ଆଇଜିଏସଟି ଏବଂ ଆମଦାନିରୁ ସଂଗ୍ରହ ହୋଇଥିବା ସେସରେ ଉପରୋକ୍ତ ସଂଖ୍ୟା ସାମିଲ ରହିଛି ।

୨୦୨୧ ଜୁଲାଇ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ଦାଖଲ ହୋଇଥିବା ରିଟର୍ଣ୍ଣରୁ ହାସଲ କରାଯାଇଥିବା ୪,୯୩୭ କୋଟି ଟଙ୍କାକୁ ୨୦୨୧ ଜୁନ ମାସ ପାଇଁ ଉଦ୍ଦିଷ୍ଟ ପ୍ରେସ ଇସ୍ତାହାରରେ ଦର୍ଶାଯାଇଥିବା ଜିଏସଟି ସଂଗ୍ରହରେ ମଧ୍ୟ ସାମିଲ କରାଯାଇଥିଲା, କାରଣ କୋଭିଡ ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ୫ କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ କାରବାର କରୁଥିବା ଟିକସଦାତାଙ୍କ ନିମନ୍ତେ ୨୦୨୧ ଜୁନ୍ ମାସ ଲାଗି ୧୫ ଦିନ ବିଳମ୍ବିତ ରିଟର୍ଣ୍ଣ ଫାଇଲିଂ ପାଇଁ ଉଦ୍ଦିଷ୍ଟ ସୁଧ ଛାଡ଼/ହ୍ରାସ ଆକାରରେ ଟିକସଦାତାଙ୍କୁ ବିଭିନ୍ନ ରିହାତି ପ୍ରଦାନ କରାଯାଇଥିଲା ।

କେନ୍ଦ୍ର ସରକାର ନିୟମିତ ସମାଧାନ ସ୍ୱରୂପ ଆଇଜିଏସଟିରୁ ସିଜିଏସଟିକୁ ୨୮,୦୮୭ କୋଟି ଓ ଏସଜିଏସଟିକୁ ୨୪,୧୦୦ କୋଟି ଟଙ୍କା ଥଇଥାନ କରିଛନ୍ତି । ୨୦୨୧ ଜୁଲାଇ ମାସ ନିମନ୍ତେ ଉଦ୍ଦିଷ୍ଟ ନିୟମିତ ଥଇଥାନ ପରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୫୦,୨୮୪ କୋଟି ଟଙ୍କା ଓ ଏସଜିଏସଟି ନିମନ୍ତେ ୫୨,୬୪୧ କୋଟି ଟଙ୍କା ରହିଛି ।

୨୦୨୧ ଜୁଲାଇ ମାସ ନିମନ୍ତେ ସଂଗ୍ରହ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଆଦାୟ ହୋଇଥିବା ଜିଏସଟି ରାଜସ୍ୱଠାରୁ ୩୩% ଅଧିକ । ଏହି ସମୟରେ ଉତ୍ପାଦ ଆମଦାନିରୁ ହାସଲ ହୋଇଥିବା ରାଜସ୍ୱ ୩୬% ଅଧିକ ହୋଇଥିବା ବେଳେ ଘରୋଇ ନେଣଦେଣ (ସେବା ଆମଦାନି ସମେତ)ରୁ ଆଦାୟ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଉକ୍ତ ଉତ୍ସରୁ ଆସିଥିବା ରାଜସ୍ୱ ତୁଳନାରେ ୩୨% ଅଧିକ ହୋଇଛି ।

ମାସିକ ଜିଏସଟି ଆଦାୟ ଲଗାତର ୮ ମାସ ପାଇଁ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଥିଲା ବେଳେ ୨୦୨୧ ଜୁନରେ ଏହା ୧ ଲକ୍ଷ କୋଟି ଟଙ୍କା ତଳକୁ ଖସିଥିଲା, କାରଣ ୨୦୨୧ ଜୁନ ମାସ ପାଇଁ ଆଦାୟ ହେଉଥିବା ଜିଏସଟି ରାଜସ୍ୱ ଆଦାୟ ମୁଖ୍ୟତଃ ୨୦୨୧ ମେ ମାସ ସହ ଜଡ଼ିତ ଥାଏ, କିନ୍ତୁ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକଡାଉନରେ ରହିଥିଲା । ହେଲେ କୋଭିଡ କଟକଣା କୋହଳ ହେବା ଯୋଗୁ ୨୦୨୧ ଜୁଲାଇ ମାସ ନିମନ୍ତେ ଜିଏସଟି ଆଦାୟ ପୁଣି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଘରୋଇ ଅର୍ଥନୀତି ଦ୍ରୁତି ଗତିରେ ସୁଧୁରୁଛି।

The post ଜୁଲାଇରେ ଓଡ଼ିଶାରୁ ୩,୬୧୫ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ appeared first on Odisha Reporter.



from Odisha Reporter https://ift.tt/3A1pAKw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages