କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଆଜି ଭୋରରେ କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଆହତ ହୋଇଛନ୍ତି। ବୁଲାଣିରେ ଯାଉଥିବା ଏହି ବସ୍‌ଟି କୁହୁଡ଼ି ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିରେ ପଶି ଯାଇଥିଲା। ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ଗତକାଲି ରାତିରେ  ଆର.ବି କୋଚ ନାମକ ଏହି ଘରୋଇ ବସ୍‌ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଧରି ଗଞ୍ଜାମ ଜିଲ୍ଲା ପୋଲସରାରୁ ଇନ୍ଦ୍ରାବତୀ ଅଭିମୁଖେ ଯାତ୍ରା କରୁଥିଲା। ଆଜି ଭୋରରେ ଏହା କୋରାପୁଟ ଜିଲ୍ଲା ପଞ୍ଚଡ଼ା ଅତିକ୍ରମ କରୁଥିଲା। ଏହି ସମୟରେ ପ୍ରବଳ କୁହୁଡ଼ି ହୋଇଥିଲା।  ବସ୍‌ଟି ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସମ୍ମୁଖରୁ ଏକ ଗାଡ଼ି ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଉକ୍ତ ଗାଡ଼ିକୁ ସାଇଡ୍‌ ଦେଉ ଦେଉ ବସ୍‌ଟି ରାସ୍ତା ତଳେ ଥିବା ଜମିକୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪ ଜଣ ଆହତ ହୋଇଛନ୍ତି।

କାକିରିଗୁମା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ କୋରାପୁଟ ଡାକ୍ତରଖାନାକୁ ପଠାଇଥିଲା। 

The post କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌ appeared first on Odisha Reporter.



from Odisha Reporter https://ift.tt/3zo5tWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages