ଝାଝାରିଆ ହ୍ୟାଟ୍ରିକ୍‌ ସ୍ୱର୍ଣ୍ଣରୁ ବଞ୍ଚିତ, ଗୁର୍ଜରଙ୍କୁ ବ୍ରୋଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଝାଝାରିଆ ହ୍ୟାଟ୍ରିକ୍‌ ସ୍ୱର୍ଣ୍ଣରୁ ବଞ୍ଚିତ, ଗୁର୍ଜରଙ୍କୁ ବ୍ରୋଞ୍ଜ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜଲୱା ଜାରି ରହିଛି। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ ଏଠାରେ ହ୍ୟାଟ୍ରିକରୁ ବଞ୍ଚିତ ହୋଇଛନ୍ତି। ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ ହେଁ ଦେବେନ୍ଦ୍ର ରୌପ୍ୟ ପଦକ ଜିତିଛନ୍ତି। ସେହିପରି ଜାଭେଲିନରେ ଭାରତକୁ ଆଉଏକ ପଦକ ଦେଇଛନ୍ତି ସୁନ୍ଦର ସିଂହ ଗୁର୍ଜର। ଉଭୟ ଝାଝାରିଆ ଓ ଗୁର୍ଜର ଜାଭେଲିନ୍ ଏଫ୍-୪୬ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି।

ପାରାଲିମ୍ପିକ୍ସରେ ତୃତୀୟ ସ୍ୱର୍ଣ୍ଣ ପଦକ ଆଶା ନେଇ ଓହ୍ଲାଇଥିବା ଝାଝାରିଆ ଆଜି ୬୪.୩୫ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଥିଲେ ହେଁ ସୁନା ହାତେଇପାରି ନଥିଲେ। କିନ୍ତୁ ଏହି ଥ୍ରୋ’ ଦ୍ୱାରା ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ତେବେ ଶ୍ରୀଲଙ୍କାର ଦୀନେଶ ମୁଦିୟାନସେଲାଗେସ୍‌ ବିଶ୍ୱରେକର୍ଡ ସ୍ଥାନ ସ୍ୱରୂପ ୬୭.୭୯ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଅନ୍ୟପକ୍ଷରେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର ଫୋପାଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଦେବେନ୍ଦ୍ର ଝରଝରିଆଙ୍କର ଏହା ହେଉଛି ତୃତୀୟ ପାରାଲିମ୍ପିକ୍ସ ପଦକ। ଏହା ପୂର୍ବରୁ ୨୦୦୪ ଏଥେନ୍ସ ପାରାଲିମ୍ପିକ୍ ଓ ୨୦୧୬ ରିଓ ପାରାଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ସୁନ୍ଦର ସିଂହ ଗୁର୍ଜରଙ୍କର ଏହା ହେଉଛି ଡେବ୍ୟୁ ପାରାଲିମ୍ପିକ୍ସ ପଦକ। ସେ ୨୦୧୭ରେ ବିଶ୍ୱ ଚାମ୍ପିଅନଶିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ବାମରୁ ସୁନ୍ଦର ସିଂହ ଗୁର୍ଜର (ବ୍ରୋଞ୍ଜ), ଦିନେଶ ପ୍ରିୟନ୍ ହେରାଥ ମୁଦିୟାନସେଲାଗେ (ସ୍ୱର୍ଣ୍ଣ), ଦେବେନ୍ଦ୍ର ଝାଝାରିଆ (ରୌପ୍ୟ)

ଦେବେନ୍ଦ୍ର ଝାଝାରିଆ ଓ ଗୁର୍ଜରଙ୍କ ପୂର୍ବରୁ ଆଜି ଭାରତ ଆଉ ଦୁଇଟି ପଦକ ଜିତିଥିଲା। ଏଥିରୁ ଗୋଟିଏ ହେଉଛି ସୁନା। ଏହାକୁ ଜିତିଛନ୍ତି ଶୁଟର ଅବନୀ ଲେଖରା। ୧୦ ମିଟର ଏୟାର ରାଇଫଲ୍‌ରେ ସେ ହାସଲ କରିଛନ୍ତି ଏହି ଐତିହାସିକ ସଫଳତା। ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ସେହିପରି ଡିସ୍‌କସ୍‌ ଥ୍ରୋ (ଏଫ୍‌୫୬)ରେ ଭାରତ ପାଇଁ ଆଜି ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁନିଆ।

ଆଜି ଭାରତକୁ ମୋଟ ୪ଟି ପଦକ ମିଳିଥିବା ବେଳେ ସେଥିରେ ରହିଛି ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ। ଏହା ସହିତ ମୋଟ ଭାବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଏଯାବତ୍‌ ୬ଟି ପଦକ ମିଳିଛି। ଗତକାଲି ଟେବୁଲ୍ ଟେନିସ୍‌ରେ ବାବିନାବେନ୍ ପଟେଲ ରୌପ୍ୟ ପଦକ ଜିତିଥିବା ବେଳେ ନିଶାଦ କୁମାର ହାଇଜମ୍ପରେ ରୌପ୍ୟ ପଦକ ପାଇଥିଲେ। ବିନୋଦ କୁମାର ଡିସ୍‌କସ୍‌ (ଏଫ୍୫୨) ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ଉକ୍ତ ଫଳାଫଳକୁ ରିଭ୍ୟୁ ପାଇଁ ରଖା ଯାଇଛି।

The post ଝାଝାରିଆ ହ୍ୟାଟ୍ରିକ୍‌ ସ୍ୱର୍ଣ୍ଣରୁ ବଞ୍ଚିତ, ଗୁର୍ଜରଙ୍କୁ ବ୍ରୋଞ୍ଜ appeared first on Odisha Reporter.



from Odisha Reporter https://ift.tt/3BqXVTJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages