ହାଇଦ୍ରାବାଦ: ସାଉଥର ନମ୍ବର ୱାନ୍ ଖଳନାୟକ ପ୍ରକାଶ ରାଜ। ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରି ଭଳି ଫିଲ୍ମ ପାଇଁ ପ୍ରସିଦ୍ଧ ଥିବା ପ୍ରକାଶ ରାଜ ଏବେ ଗୁରୁତର ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି।
ପ୍ରକାଶ ରାଜ ମଜାଦାର ଢ଼ଙ୍ଗରେ ଟୁଇଟ୍ କରି ନିଜ ଆକ୍ସିଡେଣ୍ଟର ଖବର ଦେଇଛନ୍ତି। ସେ କହିଛନ୍ତି, ‘ଏକ ଛୋଟ ଆକ୍ସିଡେଣ୍ଟ…ଏକ ଛୋଟ ଫ୍ୟାକଚର….ସର୍ଜରୀ ପାଇଁ ଯିବାକୁ ପଡିବ ହାଇଦ୍ରାବାଦ।’ ତେବେ ସେ ଠିକ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ନ କରିବାକୁ ସେ ପ୍ରଶଂସକଙ୍କୁ କହିଛନ୍ତି।
ପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଖୁବ୍ଶୀଘ୍ର ଠିକ୍ ହୋଇଯାଆନ୍ତୁ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି।
ସୂଚନା ମୁତାବକ, ପ୍ରକାଶ ରାଜ ଏବେ ମୁଭି ଆର୍ଟିଷ୍ଟସ୍ ଆସୋସିଏସନ୍ (ଏମ୍ଏଏ)ର ସଭାପତି ପଦ ପାଇଁ ପ୍ରର୍ଥୀ ରୂପେ ନିର୍ବାଚନ ଲଢ଼ୁଛନ୍ତି। ହାଇଦ୍ରାବଦରେ ଏହି ସଭାପତି ପଦ ପାଇଁ ନିର୍ବାଚନ ହେବ।
ହିନ୍ଦୀ, ତେଲୁଗୁ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ଜଣେ ପ୍ରକାଶ ରାଜ। ତାଙ୍କୁ ଶେଷଥର ପାଇଁ ‘ନବରସା’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଆହୁରି ଅନେକ ଫିଲ୍ମ ଆସିବାକୁ ଅଛି। ମେଜର, କେଜିଏଫ୍-୨, ପୁଷ୍ପା, ଅନ୍ନାତ୍ଥେ, ଦୁଶମନ, ସରକାରୁ ବାରି ପାଟା ଏବଂ ପୋନ୍ନିୟିନ ସେଲବମରେ ସେ ନଜର ଆସିବେ।
A small fall.. a tiny fracture.. flying to Hyderabad into the safe hands of my friend Dr Guruvareddy for a surgery. I will be fine nothing to worry .. keep me in your thoughts
— Prakash Raj (@prakashraaj) August 10, 2021
sorry to hear you got injured#PrakashRaj …
we wish you a speedy recovery pic.twitter.com/okVBsSBXeT— Mohit Sharma Congress (@Mohiit_) August 10, 2021
The post ସାଉଥ ସୁପରଷ୍ଟାର ପ୍ରକାଶ ରାଜ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3lOrABX
No comments:
Post a Comment