ବିନିକା (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ। ତାଙ୍କ ଠାରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ଜବତ କରାଯାଇଛି।
ବିଡିଓ ଶ୍ରୀ ସାମନ୍ତରାୟ ଏକ ଭଡ଼ା କାର୍ରେ ଲକ୍ଷାଧିକ ଟଙ୍କା ନେଇ ଭୁବନେଶ୍ୱର ସ୍ଥିତ ତାଙ୍କ ଘରକୁ ଯାଉଥିବା ଖବର ସୋନପୁର ଭିଜିଲାନ୍ସ ବିଭାଗ ପାଖରେ ପହଞ୍ଚିଥିଲା। ଏହା ପରେ ଏହାର ଏକ ଟିମ୍ ବିନିକା ସେତୁ ନିକଟରେ ଛପି ରହିଥିଲା। ବିଡିଓ ସେଠାରେ ପହଞ୍ଚିଲା ପରେ ତାଙ୍କୁ ଅଟକାଇ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀମାନେ ଗାଡ଼ିରୁ ଉକ୍ତ ଟଙ୍କା ପାଇଥିଲେ।
ଏତେ ଟଙ୍କା ସେ କେଉଁଠୁ ଆଣିଲେ, ସେ ନେଇ ବିଡିଓ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ବୋଲି ଜଣାପଡ଼ିଛି। ଏହପରେ ବିଡିଓଙ୍କୁ ସୋନପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଟକ ରଖଯାଇଛି। ଏହା ସହିତ ତାଙ୍କୁ ପଚରାଉଚରା କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।
The post କାର୍ ଭଡ଼ା କରି ଯାଉଥିଲେ ବିଡିଓ, ସାଢ଼େ ୩ ଲକ୍ଷ ଟଙ୍କା ସହ ଧରାପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/3kw0Ofu
No comments:
Post a Comment