କାବୁଲ ବିମାନବନ୍ଦରକୁ କବ୍‌ଜା କରୁଛି ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

କାବୁଲ ବିମାନବନ୍ଦରକୁ କବ୍‌ଜା କରୁଛି ତାଲିବାନ

କାବୁଲ: ଧୀରେ ଧୀରେ କାବୁଲ ବିମାନବନ୍ଦରକୁ ନିଜ କବ୍‌ଜାକୁ ନେଉଛି ତାଲିବାନ। କାବୁଲ ବିମାନବନ୍ଦରର ଚାରିପଟକୁ ତାଲିବାନ୍ ସିଲ୍ କରୁଛି। ଏବେ ବିମାନବନ୍ଦରରେ ଥିବା କିଛି ଅଂଶକୁ ଏବେ ତାଲିବାନ କବ୍‌ଜା କରିନେଇଛି। ଏୟାରପୋର୍ଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି। ୩୧ ତାରିଖ ସୁଦ୍ଧା ଆମେରିକା ସେନା କାବୁଲ ଛାଡ଼ିବ। ଏହାପରେ ସମ୍ପୂର୍ଣ୍ଣ ଭାବେ କାବୁଲ ବିମାନବନ୍ଦରକୁ ଯେପରି ନିଜ ଅଧିୀନକୁ ନିଆଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ତାଲିବାନ।

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ପରିମାଣର ତାଲିବାନୀ ଏବେ କାବୁଲର ବିଭିନ୍ନ ରାସ୍ତାରେ ପଇନ୍ତରା ମାରୁଛନ୍ତି। ତାଲିବାନର ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି, ବିମାନବନ୍ଦର ଭିତରେ ଥିବା କିଛି ଅଂଶ ଉପରେ କବ୍‌ଜା କରାଯାଇଛି। ଆମେରିକା ସେନା ବିମାନବନ୍ଦର ଛାଡିବା ପରେ, ସେ ଶାନ୍ତପୂର୍ବକ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ଦୁଇ ଦିନ ପୂର୍ବେ ଆତ୍ମଘାତୀ ଆକ୍ରମଣ ପରେ ବହୁ ସଂଖ୍ୟାରେ ଲୋକ ଏକାଠି ନହେବା ପାଇଁ ତାଲିବାନ ଶନିବାର କାବୁଲ ବିମାନବନ୍ଦର ଚାରିପାଖରେ ଅତିରିକ୍ତ ବାହିନୀ ମୁତୟନ କରିଥିଲା।

ଅପରପକ୍ଷେ ନିଜ ସୈନ୍ୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନୀତ କରିଛି ଆମେରିକା। ଦୁଇ ଦିନ ଭିତରେ ସମସ୍ତ ନାଗରିକ ଓ ସେନ୍ୟଙ୍କୁ ଫେରାଇ ଅଣାଯିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ସୂଚନା ଦେଇଛନ୍ତି। ସେହିପରି ୟୁକେ ମଧ୍ୟ ନିଜର ଉଦ୍ଧାର କାର୍ଯ୍ୟକୁ ସାରିଛି। ସମସ୍ତ ନାଗରିକ ଓ ଫୋର୍ସକୁ କାବୁଲରୁ ନେଇ ଯାଇଥିବା ସୂଚନା ଦିଆଯାଇଛି।

ସେପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୨୪ରୁ ୩୬ ଘଣ୍ଟା ଭିତରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆମେରିକା ସୈନ୍ୟ କମାଣ୍ଡର୍ସ ପକ୍ଷରୁ ଏଭଳି ଆଶଙ୍କା କରାଯାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଏହାର ଜବାବ ଦେବାକୁ ଆମେରିକା ବି ଡ୍ରୋନ୍ ଆକ୍ରମଣ କରିବ। ତେଣୁ ବିମାନବନ୍ଦର ଅଞ୍ଚଳ ଶୀଘ୍ର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post କାବୁଲ ବିମାନବନ୍ଦରକୁ କବ୍‌ଜା କରୁଛି ତାଲିବାନ appeared first on Odisha Reporter.



from Odisha Reporter https://ift.tt/2Y8yKHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages