ମିଳୁନି ମାର୍କସିଟ୍‌; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 30, 2021

ମିଳୁନି ମାର୍କସିଟ୍‌; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଅନଲାଇନ୍‌ରେ ୟୁଜି  ଷଷ୍ଠ  ସେମିଷ୍ଟର  ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଫାଇନାଲ ମାର୍କସିଟ୍‌ କିମ୍ବା  ପ୍ରୋଭିଜିନାଲ  ମାର୍କସିଟ ପାଇପାରି ନାହାନ୍ତି। ଫଳରେ  ରାଜ୍ୟ ବାହାରେ ପଢ଼ିବାକୁ ଇଚ୍ଛା ରଖିଥିବା ବହୁ ଛାତ୍ରଛାତ୍ରୀ ଏବେ ଫର୍ମ ପକାଇ ପାରୁ ନାହାନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀଙ୍କ କଲ୍ୟାଣ ଏବଂ କ୍ୟାରିୟରକୁ ଦୃଷ୍ଟିରେ ରଖି ଫାଇନାଲ ମାର୍କସିଟ୍‌ କିମ୍ବା  ପ୍ରୋଭିଜିନାଲ  ମାର୍କସିଟ  ଶୀଘ୍ର  ପ୍ରଦାନ  କରିବା  ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ସେ ପତ୍ର  ଲେଖି ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ  ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ  ସପ୍ତାହରେ ସ୍ନାତକ(ୟୁଜି)  ଛାତ୍ରଛାତ୍ରୀମାନେ ଅନଲାଇନ୍‌  ମାଧ୍ୟମରେ ଷଷ୍ଠ ସେମିଷ୍ଟର ପରୀକ୍ଷା  ଦେଇଥିଲେ ।  ମାତ୍ର ଏହାର  ଫଳାଫଳ  ପ୍ରକାଶ ପାଇନଥିବାରୁ ସେମାନେ କଲେଜ୍  କର୍ତ୍ତୃପକ୍ଷ ଏବଂ ଓଡ଼ିଶା ଶିକ୍ଷା ବିଭାଗର ଅଧିକାରୀଙ୍କ  ଦୃଷ୍ଟି ଆକର୍ଷଣ କରିଥିଲେ ।  ଏହା  ସତ୍ତ୍ୱେ  ଏପର୍ଯ୍ୟନ୍ତ  ସେମାନଙ୍କୁ  ପ୍ରୋଭିଜିନାଲ  ମାର୍କସିଟ୍‌  ଦିଆଯାଇନାହିଁ।

ଅନେକ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ଛାତ୍ରଛାତ୍ରୀମାନେ ଆଶଙ୍କାରେ ରହିଛନ୍ତି।  ଅନେକ  ଛାତ୍ରଛାତ୍ରୀ ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରଥିଆର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି । ମୁମ୍ବାଇ  ବିଶ୍ୱବିଦ୍ୟାଳୟ,  କୁମାଁଉ  ବିଶ୍ୱବିଦ୍ୟାଳୟ  ଭଳି  ଅନେକ  ବିଶ୍ୱବିଦ୍ୟାଳୟରେ  ଆଡ଼ମିସନ ତାରିଖ  ନିକଟବର୍ତ୍ତୀ  ହେଉଥିବାରୁ  ଛାତ୍ରଛାତ୍ରୀମାନେ  ଦ୍ୱନ୍ଦ୍ୱରେ  ଅଛନ୍ତି।  ଏହାସହ  ରାଜ୍ୟ  ବାହାରେ ଅଫଲାଇନ୍‌ ମାଧ୍ୟମରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଂଚିତ ହେଉଥିବା ସେ କହିଛନ୍ତି ।

ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା  ଫଳର  ଫାଇନାଲ  ମାର୍କସିଟ୍‌  କିମ୍ବା  ପ୍ରୋଭିଜିନାଲ  ମାର୍କସିଟ୍  ଦେବା  ପାଇଁ  ଶ୍ରୀ  ପ୍ରଧାନ  ଅନୁରୋଧ କରିଛନ୍ତି। ପ୍ରୋଭିଜିନାଲ ମାର୍କସିଟ୍  ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକତୋର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

The post ମିଳୁନି ମାର୍କସିଟ୍‌; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3sX5Kxy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages