ୱେଲିଂଟନ୍: କରୋନା କବଳରୁ ରକ୍ଷା ପାଇବା ପାଇଁ ଟିକାକୁ ହିଁ ଏକମାତ୍ର ଅସ୍ତ୍ର ବୋଲି କୁହାଯାଉଛି। କିନ୍ତୁ ଏହି ଟିକା ନେବା ପରେ ମଧ୍ୟ ଲୋକଙ୍କ ଜୀବନ ଚାଲିଯାଉଛି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନ୍ୟୁଜିଲ୍ୟାଣ୍ଡରୁ। ଯେଉଁଠାରେ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର୍ ଟିକା ନେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଟିକାର ସାଇଡ୍ ଇଫେକ୍ଟ କାରଣରୁ ମହିଳାଙ୍କର ଜୀବନ ଚାଲିଯାଇଛି। ଏହି ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି।
ଏହି ଘଟଣା ପରେ ନ୍ୟୁଜିଲ୍ୟାଣ୍ଡ ସରକାର ଏକ ସ୍ୱତନ୍ତ୍ର କୋଭିଡ୍-୧୯ ଭ୍ୟାକସିନ୍ ସୁରକ୍ଷା ବୋର୍ଡକୁ ରିପୋର୍ଟର ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ବୋର୍ଡ ମଧ୍ୟ କହିଛି ଯେ ମହିଳାଙ୍କ ମୃତ୍ୟୁ ଟିକାର ସାଇଡ୍ ଇଫେକ୍ଟ କାରଣରୁ ହୋଇଛି। ହେଲେ ସରକାର ମହିଳାଙ୍କ ବୟସର ଖୁଲାସା କରିନାହାନ୍ତି।
ସ୍ୱତନ୍ତ୍ର ସୁରକ୍ଷା ବୋର୍ଡ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ମହିଳାଙ୍କ ମୃତ୍ୟୁ ମାୟୋକାର୍ଡିଟିସ୍ କାରଣରୁ ହୋଇଛି। ଫାଇଜରର ଭ୍ୟାକସିନ୍ ନେବା ପରେ ଏଭଳି ସାଇଡ୍ ଇଫେକ୍ଟ ବହୁତ କମ୍ ଲୋକଙ୍କ ଭିତରେ ଦେଖିବାକୁ ମିଳେ। ମାୟୋକାର୍ଡିଟିସ୍ ବେଳେ ହାର୍ଟର ମାଂସପେଶୀ ଫୁଲି ଯାଇଥାଏ। ଏଭଳି ସ୍ଥିତିରେ ହାର୍ଟରେ ରକ୍ତର ସଞ୍ଚାଳନ କରିବାର କ୍ଷମତା ମଧ୍ୟ କମି ଯାଇଥାଏ। ଏପରିକି ହାର୍ଟବିଟର ଲୟରେ ପରିବର୍ତ୍ତନ ଆସିଥାଏ ଏବଂ ରୋଗୀଙ୍କର ମୃତ୍ୟୁ ହୋଇଥାଏ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ‘ଫାଇଜର ଟିକାକରଣ ପରେ ମୃତ୍ୟୁ ଘଟଣା ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ।’ ତେବେ ନ୍ୟୂଜଲ୍ୟାଣ୍ଡରେ ଫାଇଜର୍ କମ୍ପାନୀ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଫାଇଜର ଭ୍ୟାକସିନ୍ ଆମେରିକାରେ ପ୍ରସ୍ତୁତ କରାଯାଇଛି। ଏହି ଭ୍ୟାକସିନ୍ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ମଧ୍ୟ ଦିଆଯାଉଛି। ଆମେରିକା ଏପର୍ଯ୍ୟନ୍ତ ଭ୍ୟାକସିନ୍ ନେବା ପରେ ମୃତ୍ୟୁର କୌଣସି ମାମଲା ସାମ୍ନାକୁ ଆସିନାହିଁ।
ନ୍ୟୁଜିଲ୍ୟାଣ୍ଡରେ ଯେଉଁ ମହିଳାଙ୍କ ମୃତ୍ୟୁ ଟିକାକରଣ ଯୋଗୁ ହୋଇଛି, ତାଙ୍କର ଅନ୍ୟ କୌଣସି ସମସ୍ୟା ଥାଇପାରେ ବୋଲି ସ୍ୱତନ୍ତ୍ର ବୋର୍ଡ ସୂଚନା ଦେଇଛି। ଏପରିକି ଭ୍ୟାକସିନ୍ ନେବା ପରେ ହୁଏତ ମହିଳାଙ୍କ ସେହି ସମସ୍ୟା ବଢ଼ି ଥାଇପାରେ ବୋଲି ସୁରକ୍ଷା ବୋର୍ଡ କହିଛି।
ଅନ୍ୟପକ୍ଷରେ ସରକାର କହୁଛନ୍ତି ଯେ ଫାଇଜର୍ ଟିକା ଦ୍ୱାରା ଲୋକଙ୍କୁ କରୋନାରୁ ରକ୍ଷା କରିବାରେ ସହାୟତା ମିଳୁଛି। ନ୍ୟୁଜିଲ୍ୟାଣ୍ଡରେ କରୋନା ସଂକ୍ରମଣ ପୁଣିଥରେ ଲଗାତର ବଢ଼ିଛି। ୬ମାସର ଯାଏ ଦେଶରେ ଗୋଟିଏ ବି କରୋନା ମାମଲା ନଥିଲା। ସୋମବାର ଦେଶରେ କରୋନା ୫୩ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଏପର୍ଯ୍ୟନ୍ତ ଆକ୍ଟିଭ୍ ମାମଲା ୫୬୨ ରହିଛି।
The post କୋଭିଡ୍ ଟିକାର ସାଇଡ୍ ଇଫେକ୍ଟ, ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/38uXkUB
No comments:
Post a Comment