ନୀରଜଙ୍କ ଉପରେ ଧନ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

ନୀରଜଙ୍କ ଉପରେ ଧନ ବର୍ଷା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଦେଶ ପାଇଁ ଆଣିଛନ୍ତି ପ୍ରଥମ ସ୍ୱର୍ଣ୍ଣ ପଦକ। ନୀରଜ ଏହି ସଫଳତା ପରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା। ଏଥିସହ ତାଙ୍କ ଉପରେ ହୋଇଛି ଧନ ବର୍ଷା।  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପଂଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସ କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ସେ ଘୋଷଣା କରିଛନ୍ତି। ନୀରଜ ଚୋପ୍ରାଙ୍କୁ ହରିୟାଣାରେ କ୍ଲାସ୍ ଓ୍ୱାନ୍ ସରକାରୀ ଚାକିରୀ ସହ ଶସ୍ତାରେ ଫ୍ଲାଟ ଯୋଗାଇ ଦେବାକୁ ଘୋଷଣା ହୋଇଛି।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ମଣିପୁର ସରକାର ମଧ୍ୟ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି। କ୍ରିକେଟ୍ ମହାକୁମ୍ଭ ଆଇପିଏଲର ଟିମ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ବିସିସିଆଇ ନୀରଜଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛି। ନୀରଜଙ୍କ ନାଁରେ ୮ ହଜାର ୭୫୮ ନମ୍ବର ଥିବା ସ୍ୱତନ୍ତ୍ର ଜର୍ସି ସମ୍ମାନ ସୂଚକ ଭାବେ ଜାରି କରିବ ଚେନ୍ନାଇ ସୁପର କିଙ୍ଗସ।

ଗୁରୁଗ୍ରାମର ରିୟଲ ଇଷ୍ଟେଟ୍ କମ୍ପାନୀ ଏଲାନ ଗ୍ରୁପ୍ ଅଧ୍ୟକ୍ଷ ରାକେଶ କପୁର ନୀରଜ ଚୋପ୍ରାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।  ସେହିପରି ଇଣ୍ଡିଗୋ ଏୟାରଲାଇନ୍ସ ନୀରଜ ଚୋପ୍ରାଙ୍କୁ ବର୍ଷକ ଲାଗି ବିମାନରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦେବାକୁ କହିଛି। ଅନ୍ୟପଟେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ ମହିନ୍ଦ୍ରା XUV700 କାର୍‌ ଉପହାର ସ୍ୱରୂପ ଦେବାକୁ ଘୋଷଣା କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି। ନୀରଜ ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟ୍‌ରେ ପ୍ରଥମ ଭାରତୀୟ ହୋଇଛନ୍ତି।  ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।  ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରେ୍ାରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ।

ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ପୂରା ଆଗରେ ରହିଥିଲେ।  ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ।

The post ନୀରଜଙ୍କ ଉପରେ ଧନ ବର୍ଷା appeared first on Odisha Reporter.



from Odisha Reporter https://ift.tt/3yJ9wfW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages