ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି। ଚଳିତ ବର୍ଷ ରୁଷରୁ ଆସିବ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ। ଚଳିତ ବର୍ଷ ଶେଷ ସୁଦ୍ଧା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ (SAM) ଏସ୍-୪୦୦ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା ମିସାଇଲ୍ର ପ୍ରଥମ ଫେଜ୍ ଡେଲିଭରୀ ଆରମ୍ଭ କରିବ। ଏନେଇ ସୋମବାର ଏୟାର ଏବଂ ସ୍ପେସ୍ ଡିଫେନ୍ସ କନ୍ସର୍ଣ୍ଣ ଆଲମାଜ-ଆଣ୍ଟେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଡିଫେନ୍ସ ମିସାଇଲ୍ ସିଷ୍ଟମ ମିଳିବା ପରେ ଭାତରର ସୁରକ୍ଷା ଅଭେଦ ହୋଇଯିବ। କାରଣ ଏହା ହେଉଛି ବିଶ୍ୱର ସର୍ବୋତ୍ତମ ମିସାଇଲ୍ ଅସ୍ତ୍ର।
ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ପ୍ରଥମ ପର୍ଯ୍ୟାୟ ଆସିବ। ବର୍ତ୍ତମାନ ଏସ୍-୪୦୦ ଅପରେଟ୍ କରିବା ପାଇଁ ଭାରତୀୟ ମିଲିଟାରୀର ଅଧିକାରୀଙ୍କ ଟ୍ରନିଂ ଚାଲିଛି। ଏହି ମାସାଇଲ୍କୁ ଚଳାଇବା ପାଇଁ ଭାତରୀୟ ସୈନ୍ୟ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ର ତାଲିମ ସମାପ୍ତ ହୋଇଛି। ଦ୍ୱିତୀୟ ବ୍ୟାଚ୍ର ତାଲିମ ଏବେବି ଜାରି। ତାଲିମ ବେଳେ ଭାରତୀୟ ସୈନ୍ୟମାନେ ଉଚ୍ଚସ୍ତରର ପ୍ରଦର୍ଶନ କରିଛନ୍ତି ବୋଲି ଏୟାର ଏବଂ ସ୍ପେସ୍ ଡିଫେନ୍ସ କନ୍ସର୍ଣ୍ଣ ଆଲମାଜ-ଆଣ୍ଟେର ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ ଏସ୍-୪୦୦ର ତାଲିମ ନେବା ପାଇଁ ଚଳିତ ମାସରେ ଆଉ ୧୦୦ ଭାରତୀୟ ସୈନିକ ରୁଷ ଯିବେ ବୋଲି ଜଣାପଡିଛି।
ଏସ-୪୦୦ ହେଉଛି ସବୁଠାରୁ ଶକ୍ତିଶାଳୀ ମିସାଇଲ୍। ଏହା ଆଗରେ ବଡ ବଡ ଶତ୍ରୁମାନେ ଥରିବାକୁ ଲାଗନ୍ତି। ଏହା ଆକଶମାର୍ଗରୁ ଆକ୍ରମଣ କରୁଥିବା ଅସ୍ତ୍ରକୁ ମଧ୍ୟ ଟାର୍ଗେଟ କରି ଆଖିପିଛୁଳାକେ ଧ୍ୱଂସ କରିପାରିବ। ଏହା ବିଶ୍ୱର ସବୁଠାରୁ କ୍ଷିପ୍ର ଗତିରେ ଉଡୁଥିବା ଭୟଙ୍କର ଫାଇଟର ଜେଟ୍ ଏଫ୍-୩୫କୁ ମଧ୍ୟ ମାତ୍ ଦେଇପାରିବ। ଯଦି ଭାରତକୁ ଏହି ମିସାଇଲ୍ ମିଳିଯାଏ ତେବେ ଶତ୍ରୁ ଦେଶଗୁଡିକ ଆକାଶ ମାର୍ଗରୁ ଆକ୍ରମଣ କରିବା ପୂର୍ବରୁ ଦଶ ଥର ଚିନ୍ତା କରିବେ।
ସୂଚନା ମୁତାବକ ଅକ୍ଟୋବର ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୫ ୟୁନିଟ୍ ଏସ୍-୪୦୦ କିଣିବା ପାଇଁ ୫.୪୩ ଅରବ ଡଲାରର ଚୁକ୍ତି କରିଥିଲେ। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଭାରତ ୨୦୧୯ରେ ୮୦ କୋଟି ଡଲାରର ପ୍ରଥମ କିସ୍ତି ଦେଇଥିଲା। ନିକଟରେ ରୁଷରୁ ଏସ୍-୪୦୦ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ କିଣିବା ବିରୋଧରେ ଆମେରିକା ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇଛି।
The post ବଢ଼ିବ ଭାରତର ଶକ୍ତି, ଆସୁଛି ଏସ୍-୪୦୦ appeared first on Odisha Reporter.
from Odisha Reporter https://ift.tt/3zf7aWr
No comments:
Post a Comment