କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ ନିର୍ଦ୍ଦେଶ

ମୁମ୍ବାଇ: ଅପଶବ୍ଦ କହି ଅଡୁଆରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ। ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ନାସିକ ପୁଲିସ ଅପରାଧ ଶାଖା ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ନାସିକ ପୁଲିସର ଏକ ଟିମ୍‌ ତାଙ୍କୁ ଗିରଫ କରିବା ପାଇଁ ଚିପଲୁନ ଯାଇଛି। ପୂର୍ବରୁ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା।

ସେପଟରେ ଗିରଫ ଭୟରେ ରତ୍ନଗିରି କୋର୍ଟରେ କେନ୍ଦ୍ର ମନ୍ତ୍ରୀ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ ୪ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଅନ୍ୟପଟେ ନାସିକ ପୁଲିସ କମିଶନର ଦୀପକ ପାଣ୍ଡେ କେନ୍ଦ୍ର ମନ୍ତ୍ରୀଙ୍କୁ ଅଟକ ରଖିବା ପାଇଁ ରତ୍ନଗିରି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ସୋମବାର ଜନ ଆଶୀର୍ବାଦ ଯାତ୍ରା କୋକଡର ମହାଡ ଅଞ୍ଚଳରେ ପହଞ୍ଚିଥିଲା। ଏଠାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଯୋଗ ଦେଇ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ  ଟାର୍ଗେଟ କରିଥିଲେ। ସେ ତାଙ୍କ ବିରୋଧରେ ଅପଶବ୍ଦ କହିଥିଲେ। ଏପରିକି ସେ ଠାକରେଙ୍କୁ ଚାପୁଡା ମାରିବା କଥା ମଧ୍ୟ କହିଥିଲେ। ଏହାକୁ ନେଇ ଶିବସେନା ଜୋରଦାର ବିରୋଧ କରିଥିଲା। ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାଣେଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା।

ସେପଟେ ଆଜି ନାରାୟଣ ରାଣେଙ୍କ ମନ୍ତବ୍ୟକୁ ନେଇ ଶିବସେନା ବିକ୍ଷୋଭ ପ୍ରଦର୍ଶନ କରିଛି। ନାସିକ ସ୍ଥିତ ବିଜେପି ପାର୍ଟି ଆଫିସ ଉପରକୁ ଶିବସେନା କର୍ମୀମାନେ ପଥର ମାଡ କରିଛନ୍ତି। ଅନ୍ୟପଟେ ମୁମ୍ବାଇ ସ୍ଥିତ ଜୁହୁ ଅଞ୍ଚଳରେ ଯୁବ ସେନାର କାର୍ଯ୍ୟକର୍ତ୍ତା ଏବଂ ନାରାୟଣ ରାଣେଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଛି।

ନାରାୟଣ ରାଣେଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବା ଦିନଠାରୁ ଶିବସେନା ଉପରେ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଛି। ଏହା ପୂର୍ବରୁ ମୁମ୍ବାଇ ପୁଳିସ ଜନ ଆଶୀର୍ବାଦ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ୨୨ଟି ମାମଲା ରୁଜୁ କରିଥିଲା।

The post କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3goT79l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages