ଡ୍ରାଇଭର ମୁଖ୍ୟ କାର୍ପଟଦାର, ରଚିଥିଲେ ଅପହରଣ ଓ ଲୁଟ୍ ନାଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ଡ୍ରାଇଭର ମୁଖ୍ୟ କାର୍ପଟଦାର, ରଚିଥିଲେ ଅପହରଣ ଓ ଲୁଟ୍ ନାଟକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବଡ଼ ବଜାରର ଆସିକା ରୋଡ୍ ସ୍ଥିତ ଆକ୍ସିସ ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି। ତେବେ କେତେ ଟଙ୍କା ଜବତ ହୋଇଛି, ସେ ନେଇ ପୁଲିସ୍ କିଛି କହିନାହିଁ।

ଏହି ଅପହରଣ ଓ ଲୁଟ୍‌ ପଛରେ ଡ୍ରାଇଭର ଆଶିଷ ଦିଗାଲ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି। ସେ ନିଜେ ଏହି ଅପହରଣ ଓ ଲୁଟ୍‌ର ନାଟକ ରଚିଥିଲା ବୋଲି ପୁଲିସ୍ କହିଛି।

ଗତ ୧୮ ତାରିଖରେ ଆକ୍ସିସ୍ ବ୍ୟାଙ୍କ ସାମ୍ନାରୁ ଏହି ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ ସହ ଡ୍ରାଇଭରଙ୍କୁ ଅପହରଣ କରି ନିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ଭ୍ୟାନ୍‌ରେ ୨୪ ଲକ୍ଷ ଟଙ୍କା ଥିଲା।

ପରେ ସେହିଦିନ ଡ୍ରାଇଭ ଆଶିଷ ଦିଗାଲକୁ ପୁଲିସ୍ ନିଶାସକ୍ତ ଅବସ୍ଥାରେ ସୋରଳ ପାଖରୁ ଉଦ୍ଧାର କରିଥିଲା। ତାକୁ ଅପହରଣ କରାଯାଇଥିଲା ବୋଲି ସେ ପୁଲିସ୍‌କୁ କହିଥିଲା। ତେବେ ପୁଲିସ୍‌ର ଖୋଳତାଡ଼ରୁ ସେ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି।

The post ଡ୍ରାଇଭର ମୁଖ୍ୟ କାର୍ପଟଦାର, ରଚିଥିଲେ ଅପହରଣ ଓ ଲୁଟ୍ ନାଟକ appeared first on Odisha Reporter.



from Odisha Reporter https://ift.tt/3sAF59z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages