ମୁମ୍ବାଇ: ପର୍ପଲ ରଙ୍ଗର ଷ୍ଟାର ପ୍ରିଣ୍ଟ ଜ୍ୟାକେଟ୍ ସାଙ୍ଗକୁ ହଳଦିଆ କେଶ। କଥା କହିବା ଶୈଳୀ ମଧ୍ୟ ପୂରା ଭିନ୍ନ। ପୂରାପୁରି ଟପୋରି ଲୁକ୍ରେ ନଜର ଆସିଛନ୍ତି ସିଏସ୍କେର କୁଲ କ୍ୟାପଟେନ୍। ପୁଣି ଥରେ ନୂଆ ଲୁକ୍ରେ ନଜର ଆସିଛନ୍ତି ମହେନ୍ଦ୍ର ସିଂ ଧୋନି। ବେଶ୍ ରଙ୍ଗିଲା ଅନ୍ଦଜରେ ସାମ୍ନାକୁ ଆସିଛନ୍ତି ମାହି।
ଖୁବ ଶୀଘ୍ର କ୍ରିକେଟ୍ ପଡ଼ିଆରେ ଧୋନିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିବ। ୟୁଏଇରେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଧୋନି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନୂଆ ହେୟାରଷ୍ଟାଇଲ୍କୁ ନେଇ ଧୋନିଙ୍କ ଚର୍ଚ୍ଚା ହେଉଛି। ନିକଟରେ ଧୋନି ଏକ ବିଜ୍ଞାପନର ସୁଟ୍ ପାଇଁ ନୂଆ ହେୟାର୍ ଷ୍ଟାଇଲ୍ କରିଥିଲେ ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାର ଲାଗିଛି।
ଆଇପିଏଲ୍ ୨୦୨୧ର ବ୍ରଡକାଷ୍ଟର୍ ଚ୍ୟାନେଲ୍ ଷ୍ଟାର୍ ସ୍ପୋର୍ଟସ୍ ଦ୍ୱାରା ଏମ୍ଏସ୍ ଧୋନିଙ୍କ ଏହି ବିଜ୍ଞାପନ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ଧୋନିଙ୍କ କେଶ ରଙ୍ଗ-ବେରଙ୍ଗ ହୋଇଛି ଏବଂ ସେ ଷ୍ଟାର ପ୍ରିଣ୍ଟର ଜ୍ୟାକେଟ୍ ପିନ୍ଧିଛନ୍ତି। ଧୋନି ଏକ ଟପୋରି ଭାବରେ ନଜର ଆସିଛନ୍ତି। ଏହି ବିଜ୍ଞାପନରେ ଧୋନି କହୁଛନ୍ତି–‘ଅସଲି ପିକ୍ଚର ଅଭି ବାକି ହୈ’।
ସେପଟେ ଏଥିର କିନ୍ତୁ ଧୋନିଙ୍କ ନୂଆ ଲୁକ୍ ପ୍ରଶଂସକଙ୍କୁ ପସନ୍ଦ ଆସୁନାହିଁ। ଅନେକ ଫ୍ୟାନ୍ସ ପ୍ରସାରଣ କରିଥିବା ଚ୍ୟାନେଲକୁ ଗାଳି ଦେଉଛନ୍ତି। ଏଥିସହିତ କିଛି ଫ୍ୟାନ୍ସ ଧୋନିଙ୍କୁ ବଲିଉଡ ଷ୍ଟାର ରଣବୀର ସିଂଙ୍କଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଉଛନ୍ତି।
ନିକଟରେ ଧୋନି ମୁମ୍ବାଇରେ ଏକ ଫୁଟବଲ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ରଣବୀର ସିଂ ମଧ୍ୟ ଭାଗ ନେଇଥିଲେ। ସେଠାରେ ଧୋନି ଏବଂ ରଣବୀରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟଙ୍କ ଫଟେକୁ ରଣବୀର ସିଂ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ଯାହା ଭାଇରାଲ ହୋଇଥିଲା।
ସୂଚନା ମୁତାବକ ଏହାପୂର୍ବରୁ ମଧ୍ୟ ଆଇପିଏଲ୍-୨୦୨୧ର ପ୍ରଥମ ବିଜ୍ଞାପନରେ ମାହିଙ୍କୁ ବୌଦ୍ଧ ଭିକ୍ଷୁ ଅବତାରରେ ଦେଖିବାକୁ ମିଳିଥିଲା। ସେ ଏଥିରେ କ୍ରିକେଟରଙ୍କୁ ନେଇ ଜ୍ଞାନ ବାଣ୍ଟୁଥିବା ନଜର ଆସିଥିଲେ। କିନ୍ତୁ ଏଥରର ଏହି ବିଜ୍ଞାପନରେ ଧୋନିଙ୍କ ଅନ୍ଦାଜ ପୁରାପୁରି ବଦଳି ଯାଇଛି। ତାଙ୍କର ଏହି ଟପୋରି ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଛି।
– #VIVOIPL 2021 is BACK and ready to hit your screens once again!
Time to find out how this blockbuster season concludes, 'coz #AsliPictureAbhiBaakiHai!
Starts Sep 19 | @StarSportsIndia & @DisneyPlusHS pic.twitter.com/4D8p7nxlJL
— IndianPremierLeague (@IPL) August 20, 2021
Ms dhoni after meeting RANVEER SINGH !
@RanveerOfficial #MSDhoni #IPL2021 pic.twitter.com/6EXnfTA9Q6— ABHI TWEETS ☻! (@THEGEEKABHI) August 20, 2021
The post ଟପୋରି ଲୁକ୍ରେ ଧୋନି, କହିଲେ- ଅସଲ ପିକଚ୍ର ଅଭି ବାକି ହୈ appeared first on Odisha Reporter.
from Odisha Reporter https://ift.tt/2WhumVK
No comments:
Post a Comment