ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ଆଜି ସକାଳେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ବୁଦ୍ଧିରାମ ବାରିକ ଓ ପ୍ରସନ୍ନ ବରାଳ। ଏହା ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ଉଭୟ ବୁଦ୍ଧିରାମ ବାରିକ ଓ ପ୍ରସନ୍ନ ବରାଳ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଏହା ପୂର୍ବରୁ ଗତ ୨୦ ତାରିଖରେ କାଳୁଚରଣ ପଣ୍ଡା ଓ ପ୍ରମୋଦ ବରାଳଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବି ଏମ୍‌ସରେ ଚିକିତ୍ସାଧୀନ ଥିଲେ।

ଏହି ଘଟଣାରେ ଆହତ ହୋଇଥିବା ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ମଧ୍ୟ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତ ହୋଇଥିବା ଜଣେ ମହିଳା ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୯ ତାରିଖ ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ସାହୁଙ୍କ ଘରେ କୌଣସି କାରଣରୁ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ପାଖପଡ଼ୋଶୀରୁ କିଛି ଲୋକ ଆସି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ସେହି ସମୟରେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ୭ ଜଣ ପୋଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ରବୀନ୍ଦ୍ର ସାହୁଙ୍କ ପରିବାରର ଜଣେ ଥିବା ବେଳେ ଅନ୍ୟ ସମସ୍ତେ ପଡ଼ୋଶୀ ଥିଲେ।

The post ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3kibMVM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages