ଦାବି ପୂରଣ ପ୍ରତିଶ୍ରୁତି ଆନ୍ଦୋଳନ ପ୍ରତ୍ୟାହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ଦାବି ପୂରଣ ପ୍ରତିଶ୍ରୁତି ଆନ୍ଦୋଳନ ପ୍ରତ୍ୟାହାର

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର) ଦାବି ପୁରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୁ ହଟିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ ଓ ଅଭିଭାବକ।   ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଆଜି କାମାକ୍ଷାନଗର-ପରଜଞ୍ଜ ଜାତୀୟ ରାଜପଥର ଆଖୁଆପାଳ ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଇଥିଲେ ମୋହନପଶି ବିଦ୍ୟାଳୟର ଛାତ୍ରଛାତ୍ରୀ । ଆନ୍ଦୋଳନସ୍ଥଳକକୁ ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରତିନିଧି ଆସି ଲିଖିତ ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ମୋହନପଶି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା କାରଣରୁ ବିଦ୍ୟାଳୟଟିକୁ ବନ୍ଦ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଥିଲେ।  ଯାହାକୁ ନେଇ ଅଭିବାବକ ମାନେ ଦୀର୍ଘ ୧ବର୍ଷ ଧରି ଅଭିଯୋଗ କରି ଆସୁଥିଲେ।

ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ କମ୍ ସଂଖ୍ୟକ ପିଲା ଥିବାରୁ ଏହି ସ୍କୁଲ୍ ଉଠିଯିବ ବୋଲି ପରଜଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ସେମାନଙ୍କୁ ପ୍ରଥମେ କହିଥିଲେ। କିନ୍ତୁ ପରେ ସ୍କୁଲ୍ ଆଉ ଉଠିବନି ବୋଲି ସେ କହିଥିଲେ। କିନ୍ତୁ ସ୍କୁଲ୍‌ରେ ଆଉ ନାମ ଲେଖା ହେବ ନାହିଁ ବୋଲି ଜାଣିବା ପରେ ସେମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି।

ଅଭିଭାବକମାନେ କହିଛନ୍ତି ଯେ ସ୍କୁଲ୍ ଉଠିବ ନାହିଁ ବୋଲି ପ୍ରତିଶ୍ରୁତି ନ ଦେଲା ଯାଏ ଆନ୍ଦୋଳନ ଚାଲିବ। ମୋହନପଶି ଗାଁଠାରୁ ପ୍ରାୟ ୩/୪ କିଲୋମିଟର ଦୂରରେ ଆଉ ଏକ ସ୍କୁଲ୍ ଥିଲେ ସୁଦ୍ଧା ସେଠାକୁ ଛୋଟ ଛୋଟ ପିଲାମାନେ ଯିବା ସମ୍ଭବପର ନୁହେଁ। ସେଠାକୁ ଯାଉଥିବା ରାସ୍ତାରେ ହାତୀ ଉପଦ୍ରବ କରନ୍ତି। ତେଣୁ ପୂର୍ବପରି ମୋହନପଶିରେ ସ୍କୁଲ ଚାଲୁ।

ପରଜଙ୍ଗ ବ୍ଲକ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେବା ପରେ ଅଭିବାବକ ମାନେ ନିଶ୍ଚିତରେ ରହିଥିଲେ । କିନ୍ତୁ ବିଦ୍ୟାଳୟରେ ଆଉ ପିଲାଙ୍କ ନାମ ଲେଖା ହେବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଲୋକ ଓ ଅଭିବାବକ ମାନେ ଆଜି ନିଜ ପିଲା ମାନଙ୍କ ସହିତ ରାସ୍ତା ଅବରୋଧ ରହିଥିଲେ।  ହେଲେ ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରତିନିଧି ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି।

The post ଦାବି ପୂରଣ ପ୍ରତିଶ୍ରୁତି ଆନ୍ଦୋଳନ ପ୍ରତ୍ୟାହାର appeared first on Odisha Reporter.



from Odisha Reporter https://ift.tt/3fDIwXZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages