ରାଗିଗଲେ ହୁମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ରାଗିଗଲେ ହୁମା

ମୁମ୍ବାଇ: ସର୍ବଦା ଶାନ୍ତ ରହୁଥିବା ହୁମା ହଠାତ ରାଗି ଯାଇଛନ୍ତି। ବିମାନସେବା ଉପରେ ସୁଝାଇଛନ୍ତି ରାଗ। କେବଳ ସେତିକି ନୁହେଁ ସେ ଟ୍ୱିଟ୍‌ କରି ନିନ୍ଦା ମଧ୍ୟ କରିଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ।

ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ସେ ଏବେ ତାଙ୍କ ଅପକମିଂ ଫିଲ୍ମ `ବେଲବଟମ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ସର୍ବଦା ଶାନ୍ତ ରହୁଥିବା ହୁମା ଆଜି ହଠାତ ଚିଡି ଯାଇଛନ୍ତି। ଅଜି ସକାଳୁ ସକାଳୁ ହୁମା କେଉଁଆଡେ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ହେଲେ ସେ ବିମାନରେ ଚଢ଼ି ପାରିନଥିଲେ। ବାସ୍‌ ଏତିରେ ରାଗିଯାଇଥିଲେ ହୁମା। ସେ ଟୁଇଟ୍‌ କରି ସ୍ପାଇସ୍‌ ଜେଟ୍‌ ବିମାନକୁ ନିନ୍ଦା କରିଥିଲେ।

ହୁମା କହିଥିଲେ, “ସକାଳ ସାଢ଼େ ୪ଟାରୁ ମୁଁ ବିମାନବନ୍ଦରରେ ଅଛି। ମୁଁ ସ୍ପାଇସ୍‌ ଜେଟ୍‌ର ପ୍ରଣାମ ସର୍ଭିସରୁ ଟିକେଟ୍‌ ବୁକ୍‌ କରିଥିଲି। କାଉଣ୍ଟରରେ ସକାଳ ସାଢ଼େ ୫ଟାରୁ ଠିଆ ହୋଇଛି। କିନ୍ତୁ ସାଢ଼େ ୬ ଯାଏଁ ମୁଁ ବିମାନରେ ବସି ପାରି ନାହିଁ। ବିମାନଗୁଡିକରେ ଓଭରବୁକ୍‌ ହୋଇଥିଲା? ଏଭଳି ପରିଚାଳନା ଯୋଗୁଁ ମୁଁ ମୋର କନେକ୍ଟିଂ ଫ୍ଲାଇଟ୍‌କୁ ବି ହରାଇଦେବି।”

ହୁମାଙ୍କ ଏହି ଟୁଇଟ୍‌ ପରେ ସ୍ପାଇସ୍‌ଜେଟ୍‌ ବିମାନ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି। ତାଙ୍କୁ ଯୋଗଯୋଗ କରିବା ପାଇଁ ତାଙ୍କ ଫୋନ ନମ୍ବର ମାଗିଛି।

ହୁମା କୁରେଶି ଏବେ ତାଙ୍କ ଅପ୍‌କମିଂ ଫିଲ୍ମ `ବେଲ ବଟମ୍‌’ର ପ୍ରମୋସନରେ ଲାଗିପଡିଛନ୍ତି। ଏହି ଫିଲ୍ମର ଲିଡ୍‌ ରୋଲରେ ଅକ୍ଷୟ କୁମାର ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ବାଣୀ କପୁର, ହୁମା କୁରେଶି, ଲାରା ଦତ୍ତା ପ୍ରମୁଖ ନଜର ଆସିବେ। ରଞ୍ଜିତ ଏମ୍‌ ତିୱାରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ୧୯ ତାରିଖରେ ବଡ ପରଦାରେ ରିଲିଜ ହେବ।

The post ରାଗିଗଲେ ହୁମା appeared first on Odisha Reporter.



from Odisha Reporter https://ift.tt/3lJjw5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages