ଦୁବାଇ: ଡିଫେଣ୍ଡି ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଟପ୍ ୪ରେ ପ୍ରବେଶ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି କୋଲକାତା ଶକ୍ତିଶାଳୀ ମୁମ୍ବାଇକୁ ପରାସ୍ତ କରିବାକୁ ସକ୍ଷମ ହୋଇଛି।
ତେବେ ମ୍ୟାଚ୍ ପରେ ଅଧିନାୟକ ଇଓନ ମୋର୍ଗାନଙ୍କ ଉପରେ ଲାଗିଛି ଜୋରିମାନା। ଧିମା ବୋଲିଂ ପାଇଁ ଦଳର ଅଧିନାୟକ ଭାବେ ତାଙ୍କୁ ୨୪ ଲକ୍ଷ ଟଙ୍କାର ଫାଇନ ଦେବାକୁ କୁହାଯାଇଛି। ଆଇପିଏଲର ଅଫିସିଆଲ ବିବୃତିରେ କୁହାଯାଇଛି, ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ଥର ପାଇଁ ଧିମା ବୋଲିଂ କରିଛି। ଧାର୍ଯ୍ୟ ସମୟ ଅନୁସାରେ ଟିମ୍ ବୋଲିଂ ହାରକୁ ମେଣ୍ଟେନ କରି ପାରିନାହିଁ।
ଏଥିପାଇଁ ଦଳର ଅଧିନାୟକଙ୍କୁ ୨୪ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ସେହିପରି ଦଳର ଅନ୍ୟ ଖେଳାଳିମାନଙ୍କ ଉପରେ ମଧ୍ୟ ଫାଇନ ଲାଗୁ କରାଯାଇଛି। ସେମାନେ ୬ ଲକ୍ଷ ଟଙ୍କା କିମ୍ବା ନିଜ ନିଜ ମ୍ୟାଚ୍ ଫି’ର ୨୫% ଅର୍ଥ ଦେବେ ବୋଲି କୁହାଯାଇଛି।
ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମାନଙ୍କ ଉପରେ ଧିମା ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ସେ ପଞ୍ଜାବ ବିପକ୍ଷ ମ୍ୟାଚ୍ ପାଇଁ ଏପରି ଦଣ୍ଡ ଭୋଗିଥିଲେ।
ସୂଚନାଯୋଗ୍ୟ, ଗୁରୁବାର ଖେଳା ଯାଇଥିବା ମ୍ୟାଚ୍ରେ କୋଲକାତା ୭ ୱିକେଟରେ ମୁମ୍ବାଇକୁ ପରାସ୍ତ କରିଛି। ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀଙ୍କ ଦମଦାର ଇନିଂସ ବଳରେ କୋଲକାତା ଏହି ବିଜୟ ହାସଲ କରିଛି। ଆୟର ୫୩ ରନ୍ କରିଥିବା ବେଳେ ରାହୁଲ ଶେଷ ଯାଏ ୭୪ ରନ୍ କରି ଅପରାଜିତ ରହିଥିଲେ।
The post ମୋର୍ଗାନ ଦେବେ ୨୪ ଲକ୍ଷ ଟଙ୍କାର ଫାଇନ appeared first on Odisha Reporter.
from Odisha Reporter https://ift.tt/39x53lJ
No comments:
Post a Comment