ସୁପରଭାଇଜରଙ୍କୁ ହତ୍ୟା, ୪ଟି ଗାଡ଼ି ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ସୁପରଭାଇଜରଙ୍କୁ ହତ୍ୟା, ୪ଟି ଗାଡ଼ି ଜାଳିଦେଲେ

ମାଲକାନଗିରି (ଜିତେନ୍ଦ୍ର ବେଉରିଆ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ବର୍ବରକାଣ୍ଡ ଘଟାଇଛନ୍ତି ନକ୍ସଲ। ଜଣେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିବା ପରେ ୪ଟି ଗାଡ଼ି ଜାଳି ଦେଇଛନ୍ତି ନକ୍ସଲ। ମୃତ ସୁପରଭାଇଜର ଜଣଙ୍କ ହେଲେ ସନ୍ଦୀପ। ଗତକାଲି ରାତିରେ ନକ୍ସଲମାନେ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାଯାଇଛି।

                                            ଗାଡ଼ି ଜାଳିଦେଲେ

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର ନାରାୟଣପୁର ଜିଲ୍ଲା ମୋଡ଼େନାରରେ ରାସ୍ତା କାମ ଚାଲିଥିଲା। ଏହି ରାସ୍ତା କାମକୁ ନକ୍ସଲମାନେ ବିରୋଧ କରି ଗୋଟିଏ ଟିପ୍ପର, ଦୁଇଟି ଟ୍ରାକ୍ଟର  ଓ ଗୋଟିଏ ବାଇକକୁ ଜାଳିଦେଇଛନ୍ତି।ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ଏହି ହିଂସାକାଣ୍ଡରେ  ଶତାଧିକ ସଶସ୍ତ୍ର ମହିଳା  ଓ ପୁରୁଷ  ନକ୍ସଲ ସାମିଲ ଥିଲେ। ଏହି ଘଟଣାପରେ ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

The post ସୁପରଭାଇଜରଙ୍କୁ ହତ୍ୟା, ୪ଟି ଗାଡ଼ି ଜାଳିଦେଲେ appeared first on Odisha Reporter.



from Odisha Reporter https://ift.tt/2XUXHpZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages