ବାପା ହେଲେ ଶାହିର, ଘରକୁ ଆସିଲେ କୁନି ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ବାପା ହେଲେ ଶାହିର, ଘରକୁ ଆସିଲେ କୁନି ସଦସ୍ୟ

ମୁମ୍ବାଇ: ଟେଲିଭିଜନର ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ୍‌ଙ୍କ ଘରକୁ ଆସିଲେ ନୂଆ ଅତିଥି। ବାପା ହେଲେ ପବିତ୍ର ରିସ୍ତା-୨ ଫେମ୍‌ ଅଭିନେତା।  ତାଙ୍କ ପତ୍ନୀ ରୁଚିକା କପୁର ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସିଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଶାହିର କିନ୍ତୁ ଅଫିସିଆଲି ରୂପେ ଏହି ଗୁଡ୍‌ନ୍ୟୁଜ୍‌ର ଘୋଷଣା କରିନାହାନ୍ତି।

ବଲିଉଡ ଲାଇଫର ରିପୋର୍ଟ ମୁତାବକ, ଗତ ମାସରେ ଶାହିର ପତ୍ନୀ ରୁଚିକାଙ୍କ ବେବି ସାୱାର ହୋଷ୍ଟ କରିଥିଲେ। ଏହି ସମାରୋହରେ ଶାହିର ଏବଂ ରୁଚିକାଙ୍କ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

ଶାହିର ଏବଂ ତାଙ୍କ ପତ୍ନୀ ରୁଚିକା କପୁର

ଗତବର୍ଷ ନଭେମ୍ବରରେ ଶାହିର ଏବଂ ରୁଚିକା ବିବାହ କରିଥିଲେ। ସିକ୍ରେଟ୍‌ ରୂପେ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ହୋଇଥିଲା। ରୁଚିକା କପୁର ବାଲାଜୀ ମୋଶନ୍‌ ପିକ୍‌ଚର ଲିମିଟେଡର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି ଏବଂ କ୍ରିଏଟିଭ୍‌ ପ୍ରଡ୍ୟୁସର ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି। ସେପଟେ ଶାହିର ମଧ୍ୟ ଟେଲିଭିଜନ ଦୁନିଆରେ ବେଶ୍‌ ପପୁଲାର।  ନିକଟରେ ସେ ଲୋକପ୍ରିୟ ଟିଭି ଧାରାବାହିକ ପବିତ୍ର ରିସ୍ତାର ସିକ୍ୱେଲ ପବିତ୍ର ରିସ୍ତା-୨ରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ମାନବ ଚରିତ୍ରରେ ଦେଖିବାକୁ ମିଳିବ। ତାଙ୍କ ଅପୋଜିଟ୍‌ରେ ଅଙ୍କିତା ଲୋଖଣ୍ଡେ ଲିଡ୍‌ ରୋଲରେ ଅଛନ୍ତି। ଆସନ୍ତା ୧୫ ତାରିଖରେ ଏହି ସିରିଏଲ୍‌ର ପ୍ରିମିୟର ଜି-୫ ଓଟିଟି ପ୍ଲାଟଫର୍ମରେ ହେବ।

The post ବାପା ହେଲେ ଶାହିର, ଘରକୁ ଆସିଲେ କୁନି ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/3lkY70K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages