ମୁମ୍ବାଇ: ମା’ଙ୍କ ମୃତ୍ୟୁର ୨ ଦିନ ପରେ କାମକୁ ଫେରିଛନ୍ତି ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ ଗତ ୮ ତାରିଖରେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଖି ବୁଜିଥିଲେ। ଅଚାନକ ମା’ଙ୍କ ମୃତ୍ୟୁରେ ଖୁବ୍ ଭାଙ୍ଗି ପଡ଼ିଥିଲେ ଅକ୍ଷୟ କୁମାର।
ହେଲେ ନିଜ କାମକୁ ସବୁବେଳେ ପ୍ରାଥମିକତା ଦେଉଥିବା ଅକ୍ଷୟ କୁମାର ପୁଣି ଥରେ ଟ୍ରାକ୍କୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଅକ୍ଷୟ କୁମାର ସପରିବାର ଶୁଟିଂ ପାଇଁ ଲଣ୍ଡନ ଯାଇଛନ୍ତି। ତାଙ୍କ ସହ ପତ୍ନୀ ଟ୍ୱିଙ୍କିଲ, ପୁଅ ଆରବ ଓ ଝିଆ ନିତାରାଙ୍କୁ ବି ଦେଖିବାକୁ ମିଳିଥିଲା। ଗତକାଲି ସକାଳେ ଅକ୍ଷୟ ସପରିବାର ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ମାତ୍ର ଖୁବ୍ ଉଦାସ ଥିବା ଅକ୍ଷୟ ନିଜ ଦୁଃଖ ଲୁଚାଇବାକୁ ଚେଷ୍ଟା କରୁଥିଲେ ।
ସୂଚନାଯୋଗ୍ୟ, ମା’ଙ୍କ ଅସୁସ୍ଥତା ଖବର ପାଇ ଲଣ୍ଡନ୍ରେ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିବା ଅକ୍ଷୟ କୁମାର ଭାରତ ଫେରିଥିଲା। ମାତ୍ର ଗତ ୮ ତାରିଖରେ ମା’ ଅରୁଣା ଭାଟିଆଙ୍କ ମୃତ୍ୟୁ ନେଇ ନିଜେ ଅକ୍ଷୟ କୁମାର ସୋଶାଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଥିଲେ।
ଅକ୍ଷୟ ନିଜ ସୋଶାଲ୍ ମିଡିଆ ପୋଷ୍ଟରେ ଲେଖିଥିଲେ, ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଅଲବିଦା କହିଦେଲେ। ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।
The post ମା’ ଆଖି ବୁଜିବାର ୨ ଦିନ ପରେ କାମକୁ ଫେରିଲେ ଖିଲାଡି ଷ୍ଟାର appeared first on Odisha Reporter.
from Odisha Reporter https://ift.tt/3k1InA7
No comments:
Post a Comment