କାବୁଲ: ବିଦ୍ରୋହୀ ଆଗରେ ମାଟି କାମୁଡିଲା ତାଲିବାନୀ। ପଞ୍ଜଶିରରେ ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦକୁ କଏଦ କରିବାକୁ ଯାଇ ଫସିଗଲେ ତାଲିବାନୀ। ପାଖାପାଖି ୭୦୦ରୁ ଅଧିକ ତାଲିବାନୀ ବିଦ୍ରୋହୀ ଗୋଷ୍ଠୀ (ନର୍ଦ୍ଦେନ ଆଲିଆନ୍ସ)ଙ୍କ ଦ୍ୱାରା ନିପାତ ହୋଇଥିବା ବେଳେ ୬୦୦ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ଏ ନେଇ ବିଦ୍ରୋହୀ ଗୋଷ୍ଠୀ ନର୍ଦ୍ଦେନ ଆଲିଆନ୍ସ ସୂଚନା ଦେଇଛି।
ଏହାପୂର୍ବରୁ ପଞ୍ଜଶିର ନେତା ଅହମ୍ମଦ ମାସୁଦ କହିଥିଲେ ଯେ ମରିଯିବୁ ପଛେ ତାଲିବାନୀଙ୍କ ପାଖରେ ଆତ୍ମସମର୍ପଣ କରିବ ନାହିଁ। ପଞ୍ଜଶିରରେ ତାଲିବାନର ବିଦ୍ରୋହୀ ଗୋଷ୍ଠୀ ସୋଶାଲ ମିଡିଆର ଏକ ପୋଷ୍ଟ ଅନୁଯାୟୀ ତାଲିବାନ ସୈନ୍ୟମାନେ ବହୁ କ୍ଷତି ସହିବା ପରେ ପଞ୍ଜଶିର ଛାଡି ପଳାଉଛନ୍ତି। ଅହମ୍ମଦ ମାସୁଦ ଏକ ଅଡିଓ ଜରିଆରେ ନିଜର ବାର୍ତ୍ତା ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି, ୭୦୦ ରୁ ଅଧିକ ତାଲିବାନୀଙ୍କର ମୃତ୍ୟୁ ଘଟିଛି ଏବଂ ୬୦୦ରୁ ଅଧିକ ଆତ୍ମସମର୍ପଣ କରିବା ପରେ ଅଟକ ରଖାଯାଇ କାରାଗାରରେ ରଖାଯାଇଛି। ମାସୁଦ ଏହି ବାର୍ତ୍ତା ଜରିଆରେ କହିଛନ୍ତି, ଆମେ ଏବେ ବି ଆଗରେ ରହିଛୁ। ସବୁକିଛି ଯୋଜନା ମୁତାବିକ ହେଉଛି। ଆମେ ସମଗ୍ର ପ୍ରାନ୍ତକୁ ନିୟନ୍ତ୍ରଣରେ ରଖିଛୁ।
ଶନିବାର ଅହମ୍ମଦ ମାସୁଦ କହିଛନ୍ତି ଯେ ସେ ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ନିଜର ସଂଗ୍ରାମ କେବେ ହେଲେ ବନ୍ଦ କରିବେ ନାହିଁ। ସେ କହିଛନ୍ତି ଯେ ପଞ୍ଜଶିରରେ ତାଲିବାନକୁ ବିରୋଧ ଏବଂ ଆଫଗାନିସ୍ତାନରେ ମହିଳା ମାନେ ନିଜର ଅଧିକାର ପାଇଁ ପ୍ରଦର୍ଶନ ସୂଚାଉଛି ଯେ ଆଫଗାନିସ୍ତାନବାସୀ ସେମାନଙ୍କର ଅଧିକାର ପାଇଁ କେବେ ସ୍ୱର ନରମ କରିବେ ନାହିଁ।
ସୂଚନାଯୋଗ୍ୟ, ତାଲିବାନ ଅଗଷ୍ଟ ୧୫ରେ କାବୁଲକୁ କବଜା କରିବା ପରେ ଦ୍ୱିତୀୟ ଥର ପାଇଁ କାବୁଲରେ ନୂଆ ସରକାର ଗଠନ ଘୋଷଣାକୁ ସ୍ଥଗିତ ରଖିଛି। ନୂଆ ସରକାର ଏବଂ କ୍ୟାବିନେଟ୍ ସଦସ୍ୟଙ୍କ ବିଷୟରେ ଆସନ୍ତା ସପ୍ତାହରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।
The post ପଞ୍ଜଶିରରେ ୭୦୦ ତାଲିବାନୀ ନିପାତ, ୬୦୦ରୁ ଅଧିକ ଅଟକ appeared first on Odisha Reporter.
from Odisha Reporter https://ift.tt/3DLNmg9
No comments:
Post a Comment