ଆତ୍ମଘାତୀ ବିସ୍ଫୋରଣ, ୩ ସୁରକ୍ଷାକର୍ମୀ ମୃତ, ୨୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଆତ୍ମଘାତୀ ବିସ୍ଫୋରଣ, ୩ ସୁରକ୍ଷାକର୍ମୀ ମୃତ, ୨୦ ଆହତ

ଇସଲାମାବାଦ: ବୋମା ବିସ୍ଫୋରଣରେ ଥରିଲା ବେଲୁଚିସ୍ତାନ। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୨୦ ଲୋକ ଆହତ ହୋଇଛନ୍ତି। ପାକାସ୍ତାନର କ୍କେଟା ମୁସ୍ତାଙ୍ଗ ରୋଡ ସ୍ଥିତ ଚେକ୍‌ପୋଷ୍ଟ ନିକଟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଚେକ୍‌ପୋଷ୍ଟକୁ ଟାର୍ଗେଟ କରି ଏହି ଆତ୍ମଘାତୀ ଆକ୍ରମଣ କରାଯାଇଛି। ଏନେଇ ବେଲୁଚିସ୍ତାନର କାଉଣ୍ଟର ଆତଙ୍କବାଦ ବିଭାଗ(ସିଟିଡି) ସ୍ପଷ୍ଟ କରିଛି। ସିଟିଡି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ, ଆତ୍ମଘାତୀ ବିସ୍ଫୋରଣକାରୀ ବାଇକ୍‌ ଯୋଗେ ଆସି ଚେକ୍‌ପୋଷ୍ଟ ନିକଟରେ ଥିବା ଏକ ଗାଡିକୁ ଧକ୍କା ଦେଇଥିଲା। ଏହାପରେ ସେଠାରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ସେପଟେ ପାକିସ୍ତାନ ତେହେରିକ-ଏ-ତାଲିବାନ ଏହି ଆକ୍ରମଣର ପଛରେ ନିଜକୁ ଦାୟୀ କରିଛି। ପାକିସ୍ତାନ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଅକ୍ରମଣ କରାଯାଇଥିବା କୁହାଯାଉଛି।

ଉଲ୍ଲଖଯୋଗ୍ୟ ଯେ, ଆଫଗାନିସ୍ତାନ ଉପରେ ତାଲିବାନର ଆଭିମୁଖ୍ୟ ଦୃଢ଼ ହେବା ପରଠାରୁ ପାକିସ୍ତାନ ଉପରେ ଟିଟିପିର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଟିଟିପିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ଏହି କାରଣରୁ ସେ ତାଲିବାନକୁ ଭେଟି ବାରମ୍ବାର ଟିଟିପି ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରୁ ବାହାର କରିବାକୁ ଦାବି କରୁଛି।

ନିକଟରେ ତାଲିବାନ କହିଥିଲା ଯେ ପାକିସ୍ତାନ ନିଜେ ଟିଟିପିର ମୁକାବିଲା କରିବା ଉଚିତ। ନିଜ ସମସ୍ୟା ନିଜେ ସମ୍ଭାଳିବା ଉଚିତ। ଏହାପରେ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଥିଲା।

ତାଲିବାନ କାବୁଲକୁ କାବୁ କରିବା ପରଠାରୁ ପୃଥକ ପୃଥକ ଆକ୍ରମଣରେ ଅତି କମରେ ୫୨ ପାକିସ୍ତାନୀ ସେନାର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।

The post ଆତ୍ମଘାତୀ ବିସ୍ଫୋରଣ, ୩ ସୁରକ୍ଷାକର୍ମୀ ମୃତ, ୨୦ ଆହତ appeared first on Odisha Reporter.



from Odisha Reporter https://ift.tt/3yRPQ9i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages