ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ଉପନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ଅକ୍ଟୋବର ୪ ତାରିଖରେ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍‌ , ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏ ସିଟ୍ ରହିଛି। ସେହିପରି ବିହାର ବିଧାନ ପରିଷଦ ଉପନିର୍ବାଚନ ମଧ୍ୟ ସମାନ ତାରିଖରେ ହେବ। ଏହ ସମ୍ବନ୍ଧରେ ସେପ୍ଟେମ୍ବର ୧୫ ତାରିଖରେ ବିଜ୍ଞପ୍ତି ଜାରି ହେବ।

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ହେବ। ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

ନିର୍ବାଚନ କମିଶନଙ୍କ ମୁତାବକ, ଚଳିତ ବର୍ଷ ମେ’ ୭ ତାରିଖରେ ଆଇଏଡିଏମକେ ନେତା କେପି ମୁନୁସାମୀଙ୍କ ଇସ୍ତଫା ପରଠାରୁ ତାମିଲନାଡୁରୁ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୬ ଯାଏ ଥିଲା। ଏହାବ୍ୟତୀତ ତାମିଲନାଡୁରୁ ଆର୍ ବେଥଲିଙ୍ଗମଙ୍କ ଇସ୍ତଫା ପରେ ରାଜ୍ୟସଭାର ଗୋଟିଏ ସିଟ୍ ଖାଲି ପନିଛି, ଯାହାଙ୍କର କାର୍ଯ୍ୟକାଳ ୨୦୨୨ ଯାଏ ଥିଲା।

ଚଳିତ ବର୍ଷ ମେ’ ୬ ତାରିଖରେ ପଶ୍ଚିମବଙ୍ଗରୁ ମାନସ ରଞ୍ଜନ ଭୁନିଆ ଇସ୍ତଫା ଦେଇଥିଲେ। ମାନସ ଭୁନିଆ ଏବେ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି। ଏହାବ୍ୟତୀତ ଆସାମର ଭି. ବିଶ୍ୱଜିତ୍ ଡାଇମେରୀ ଇସ୍ତଫା ଦେବାରୁ ଗୋଟିଏ ସିଟ୍ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ରର କଂଗ୍ରେସ ନେତା ରାଜୀବ ଶଙ୍କରରାଓ ସାତବଙ୍କ ଦେହାନ୍ତ କାରଣରୁ ଉପନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ମଧ୍ୟପ୍ରଦେଶର ଥାବରଚନ୍ଦ ଗେହଲଟଙ୍କ ଇସ୍ତଫା ପରେ ଗୋଟିଏ ଆସନରେ ଉପନିର୍ବାଚନ ହେବ।

ବିହାର ବିଧାନ ପରିଷଦ ଆସନରେ ଥିବା ତନବୀର ଅଖତରଙ୍କର ମେ’ ୯ ତାରିଖରେ ଦେହାନ୍ତ ହୋଇଥିଲା। ଯାହା ପରଠାରୁ ଏହି ସିଟ୍ ଖାଲି ପଡ଼ିଛି।

The post ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା appeared first on Odisha Reporter.



from Odisha Reporter https://ift.tt/3yQA8uY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages