ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରେ ଏହାର ପ୍ରଭାବ ପାକିସ୍ତାନ ଉପରେ ପଡ଼ିଥିବା ଦେଖିବାକୁ ମିଳିଲାଣି। ପାକିସ୍ତାନରେ ଇମ୍ରାନ୍ ଖାନଙ୍କ ସରକାରୀ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋର୍ଡ ପ୍ରସ୍ତୁତ କରିଛନ୍ତି। ମହିଳା ଶିକ୍ଷକଙ୍କ ପାଇଁ ଟାଇଟ୍ ପୋଷାକ ପିନ୍ଧିବା ଉପରେ ମଧ୍ୟ ରୋକ ଲଗାଇଛନ୍ତି ପାକିସ୍ତାନ ସରକାର। ଅନ୍ୟପକ୍ଷରେ ପୁରୁଷ ଶିକ୍ଷକ ଆଉ ଜିନ୍ସ ଓ ଟି-ଶାର୍ଟ ପିନ୍ଧିପାରିବେ ନାହିଁ।
କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନର ଶିକ୍ଷକଙ୍କ ପାଇଁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଫେଡେରାଲ୍ ଡାଇରେକ୍ଟୋରେଟ୍ ଏଜୁକେସନ୍ (ଏଫଡିଇ) ଅନ୍ତର୍ଗତ କୌଣସି ସ୍କୁଲ, କଲେଜ୍ କିମ୍ବା ୟୁନିଭର୍ସିଟିର ଶିକ୍ଷକମାନେ ଜିନ୍ସ, ଟି-ଶାର୍ଟ କିମ୍ବା ଟାଇଟ୍ ପୋଷାକ ପିନ୍ଧିପାରିବେ ନାହିଁ। ଏ ସମ୍ବନ୍ଧରେ ଶିକ୍ଷା ନିର୍ଦ୍ଦେଶକ ସ୍କୁଲ ଓ କଲେଜ୍ ଗୁଡ଼ିକ ପାଇଁ ଚିଠି ଜାରି କରିଛନ୍ତି।
ଏହି ଚିଠିରେ ପ୍ରିନ୍ସିପାଲମାନଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନର ସମସ୍ତ ଷ୍ଟାଫଙ୍କୁ ସଠିକ୍ ଢଙ୍ଗରେ ପୋଷାକ ପିନ୍ଧିବାକୁ ପଡ଼ିବ ଏବଂ ନିଜର ଶାରୀରିକ ଗଠନକୁ ଭଲଭାବେ ପରିବେଷଣ କରିବା ମଧ୍ୟ ଦରକାର। ଏହାବ୍ୟତୀତ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସମସ୍ତଙ୍କୁ ନିୟମିତ ଭାବେ ଚୁଟି କାଟିବା, ଦାଢ଼ିକୁ ଟ୍ରିମିଙ୍ଗ୍ କରିବା, ନଖ କାଟିବା, ଗାଧୋଇବା ଏବଂ ଡିଓଡ୍ରାଣ୍ଟ କିମ୍ବା ପରଫ୍ୟୁମ୍ ବ୍ୟବହାର କରିବାକୁ କୁହାଯାଇଛି। ପାକିସ୍ତାନର ଶିକ୍ଷକମାନଙ୍କୁ ଅଫିସ ସମୟରେ ଓ କ୍ୟାମ୍ପସରେ ପାଦ ଦେବା ସମୟରେ ଏସବୁ ନିୟମର ପାଳନ କରିବାକୁ ପଡ଼ିବ।
ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ଯେ ସମସ୍ତ ଶିକ୍ଷା କର୍ମଚାରୀ କ୍ଲାସ୍ ରୁମ୍ ଭିତରେ ଗାଉନ୍ ଏବଂ ପ୍ରୟୋଗଶାଳାରେ ଲାବ୍ କୋଟ୍ ପିନ୍ଧିବା ବାଧ୍ୟତାମୂଳକ। ଏହାବ୍ୟତୀତ କଲେଜ୍ ଗେଟ୍ କିପର ଏବଂ ସହାକାରୀ କର୍ମଚାରୀଙ୍କ ପାଇଁ ୟୁନିଫର୍ମକୁ ବାଧ୍ୟତାମୂଳକ କରାଯାଇଛି।
ପାକିସ୍ତାନର ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ସରକାରଙ୍କ ଏହି ନିର୍ଦ୍ଦେଶାନାମା ବିରୋଧରେ ସ୍ୱର ଉଠାଇଛନ୍ତି। କିଛି ଲୋକଙ୍କ କହିବା ଅନୁଯାୟୀ, ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଯୌନ୍ୟ ନିର୍ଯାତନା ପାଇଁ ମହିଳାଙ୍କ ପୋଷାକ ପିନ୍ଧାକୁ ଦୋଷ ଦିଅନ୍ତି, ସେଠାରେ ଏଭଳି ନିର୍ଦ୍ଦେଶାନାମା ଜାରି ହେବା ସ୍ୱାଭାବିକ।
The post ଶିକ୍ଷକଙ୍କୁ ଜିନ୍ସ ଓ ଟି-ଶାର୍ଟ ମନା, ମହିଳା ପିନ୍ଧିପାରିବେନି ଟାଇଟ୍ ଡ୍ରେସ୍ appeared first on Odisha Reporter.
from Odisha Reporter https://ift.tt/3zYm8AK
No comments:
Post a Comment