ସ୍ନେହାଙ୍କୁ ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ କୁହାଯାଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ସ୍ନେହାଙ୍କୁ ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ କୁହାଯାଇଥିଲା

ମୁମ୍ବାଇ: ‘ସାଥ୍ ନିଭାନା ସାଥୀୟା-୨’ରେ ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି ସ୍ନେହା ଜୈନ। ଏଥିରେ ସେ ଗେହ୍‌ନା ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଧାରାବାହିକ ଜରିଆରେ ସେ ଘରେ ଘରେ ପରିଚିତ ହୋଇଗଲେଣି। ତେବେ ଏହି ସଫଳତା ପାଇଁ ତାଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଛି। ଅନେକ ଥର ତାଙ୍କୁ ରିଜେକ୍ଟ କରାଯାଇଛି। ଏମିତିକି ସେ କାଷ୍ଟିଂ କାଉଚ୍‌ର ମଧ୍ୟ ଶିକାର ହୋଇଛନ୍ତି।

ଅତୀତରେ ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ୍‌କୁ ନେଇ ଖୋଲାଖୋଲି ନିଜ ଅନୁଭୂତି ବଖାଣିଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ସ୍ନେହ ଜୈନ। ଏକ ସାକ୍ଷାତକାରରେ ସେ ଏ ସଂପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ସେ କହିଛନ୍ତି, ଥରେ ଦକ୍ଷିଣ ଭାରତର ଜଣେ କାଷ୍ଟିଂ ଡାଇରେକ୍ଟର ମୋତେ ଫୋନ୍ କରିଥିଲେ। ସେ ମୋତେ ଏକ ଫିଲ୍ମ ଯାଚି ଥିଲେ। ମୁଁ ମୋ ପ୍ରୋଫାଇଲ ଓ କିଛି ଫଟୋ ପଠାଇ ଥିଲି। ତା’ପର ଦିନ ସେ ମୋତେ ହାଇଦ୍ରାବାଦ ଡାକିଥିଲେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସାକ୍ଷାତ କରିବାକୁ। ମୁଁ ସେଠାକୁ ଯିବାକୁ ରାଜି ହୋଇଥିଲି। ତେବେ ତା’ ପୂର୍ବରୁ ଫିଲ୍ମ ସଂପର୍କରେ ସବିଶେଷ କଥା ଜାଣିବାକୁ ଚାହିଁଥିଲି। ମୁଁ ତାଙ୍କୁ ସେ ବିଷୟରେ ଜଣାଇବା ସହିତ ମା’ଙ୍କ ସାଙ୍ଗରେ ସେଠାକୁ ଯିବି ବୋଲି କହିଥିଲି।

କାଷ୍ଟିଂ ଡାଇରେକ୍ଟର କହିଥିଲେ ଯେଉଁ ଦିନ ମୁଁ ହାଇଦ୍ରାବାଦରେ ପହଞ୍ଚିବି ସେହିଦିନ କେଉଁ ହୋଟେଲ୍‌ରେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଭେଟିବାକୁ ହେବ ସେ କଥା କହି ଦିଆଯିବ। ଚୁକ୍ତିପତ୍ର ସ୍ୱାକ୍ଷର କରିବା ପରେ ମୋତେ ଅଧା ପାରିଶ୍ରମିକ ଦେଇ ଦିଆଯିବ। କିନ୍ତୁ ମୋତେ ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ ପଡ଼ିବ ବୋଲି ସେ କହିଥିଲେ। ଆଉ ନିର୍ଦ୍ଦେଶକ ଯାହା କହିବେ ମୋତେ କରିବାକୁ ପଡ଼ିବ ବୋଲି କହିଥିଲେ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

ସ୍ନେହା ଆହୁରି କହିଛନ୍ତି, ଏହା ଠିକ୍ କଥା ନୁହେଁ ବୋଲି ମୁଁ ଉକ୍ତ କାଷ୍ଟିଂ ଡାଇରେକ୍ଟରଙ୍କୁ କହିଥିଲି। ମୁଁ ସେହି ପ୍ରୋଜେକ୍ଟରେ କାମ କରିବି ନାହିଁ ବୋଲି ମଧ୍ୟ କହିଥିଲି। ତା’ପରେ ସେ କହିଥିଲେ ଏଇଟା ବଡ଼ କଥା ନୁହେଁ। ଅନେକ ଅଭିନେତ୍ରୀ ଏମିତି କମ୍ପ୍ରୋମାଇଜ କରନ୍ତି। ସପ୍ତାହେ ପରେ ସେ ପୁଣି ମୋତେ ଫୋନ୍ କରିଥିଲେ। କିନ୍ତୁ ମୁଁ ଉକ୍ତ ପ୍ରୋଜେକ୍ଟରେ କାମ କରିବି ନାହିଁ ବୋଲି କହିଥିଲି।

ଅନେକ ଥର ବିଫଳତାର ସମ୍ମୁଖୀନ ହୋଇଥିବା ସ୍ନେହା କହିଛନ୍ତି ଯେ ସବୁ ବିଫଳତାରୁ ଶିକ୍ଷାଲାଭ କରି ଉପରକୁ ଉଠିଛନ୍ତି। ସେ କହିଛନ୍ତି, ଯେତେବେଳେ ଜଣେ ଅଭିନୟରେ କ୍ୟାରିୟର ଆରମ୍ଭ କରେ ସେତେବେଳେ ପ୍ରଥମେ ସମସ୍ତେ ତାଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱକୁ ବିଚାରକୁ ନିଅନ୍ତି। ମୋ ସହିତ ବି ସେମିତି ଘଟିଥିଲା। ମୁଁ ଅଧିକ ଡେଙ୍ଗା ହୋଇ ନଥିବାରୁ ବହୁବାର ମୋତେ ରିଜେକ୍ଟ କରାଯାଇଥିଲା। କିନ୍ତୁ ମୁଁ ଆଶା ହରାଇ ନଥିଲି। କାରଣ ମୁଁ ମୋ ଅଭିନୟ ଦକ୍ଷତା ଉପରୁ ବିଶ୍ୱାସ ହରାଇ ନଥିଲି।

The post ସ୍ନେହାଙ୍କୁ ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ କୁହାଯାଇଥିଲା appeared first on Odisha Reporter.



from Odisha Reporter https://ift.tt/39WhGqB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages