ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଘଉଡ଼ାଇବାକୁ ଯାଇ କଟକ ମୁଣ୍ଡଳୀଠାରେ ଗତ ଶୁକ୍ରବାର ଘଟିଥିବା ବୋଟ୍ ଟ୍ରାଜେଡିରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୮ ଦିନ ବିତିଲାଣି। ଅରିନ୍ଦମଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ତାଙ୍କ ତାଙ୍କ ପରିବାର ଲୋକ । ପୁଅର ଅକାଳ ବିୟୋଗ ଦୁଃଖ ଭୁଲି ହେଉ ନ ଥିବା ବେଳେ ଏବେ ଅଧିକ ଦୁଃଖ ଦେଉଛି ତାଙ୍କ ନାଁରେ ହେଉଥିବା ଅପପ୍ରଚାର।
ଅରିନ୍ଦମଙ୍କ ପରିବାରକୁ ତୁରନ୍ତ ଟଙ୍କା ଦରକାର ବୋଲି ସୋଶାଲ ମିଡିଆରେ ଅପପ୍ରଚାର ହେଉଥିବା ବେଳେ ଏଭଳି ଅପପ୍ରଚାରରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଛନ୍ତି ତାଙ୍କ ସାନ ଭଉଣୀ ଝରଣା ଦାସ । ସୋଶାଲ ମିଡିଆରେ ହେଉଥିବା ନାନା ମିଥ୍ୟା ପ୍ରଚାରରେ ତାଙ୍କ ପରିବାର ଲୋକ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ତାଙ୍କ ସାନ ଭଉଣୀ ଝରଣା ଦାସ । ଏଥିସହ ସେ ଟୁଇଟ୍ କରି ସୋଶାଲ ମିଡିଆରେ ଘୂରି ବୁଲୁଥିବା ଅପପ୍ରଚାର ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛନ୍ତି । ଏହା ବହୁ କଷ୍ଟ ଦେଉଛି। ଏଥିସହ ଏପରି ଅପପ୍ରଚାରକୁ ବିଶ୍ୱାସ ନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ଝରଣା ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ଏକ ଯୌଥ ପରିବାର ମଧ୍ୟରେ ଆମର ଅନେକ ସଦସ୍ୟ ଅଛନ୍ତି । ଆମେ ୩ ଭଉଣୀ, ୨ ଭାଇ ଥିବା ବେଳେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ଅଛନ୍ତି। ଭଗବାନଙ୍କ କୃପାରୁ ଆମର ଅନେକ ଶୁଭଚିନ୍ତକ ଅଛନ୍ତି । ଆମର ପିତା ସ୍ୱର୍ଗତ ଯୁଗଲ କିଶୋର ଦାସ ମଧ୍ୟ ଜଣେ ସାଧୁ ଓ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଥିଲେ । ମୋର ଭାଇ ଅରିନ୍ଦମ ମଧ୍ୟ ଜଣେ ସ୍ୱଚ୍ଛ ହୃଦୟର ପିଲା ଥିଲା ।
ଭାଇ ସବୁବେଳେ ତାର କାମ ପ୍ରତି ଉତ୍ସର୍ଗୀକୃତ ଥିଲା, ଟଙ୍କା ପଛରେ ଗୋଡ଼ାଉ ନ ଥିଲା । ଏକ ପରିବାର ହିସାବରେ ଆମେ ଭାଇର ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେବାକୁ ସକ୍ଷମ । ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚିବାକୁ ସକ୍ଷମ ।
ଆମେ ଏବେ ଏକ ଦୁଃଖଦ ସମୟର ମୁକାବିଲା କରୁଛୁ। ସୋଶାଲ ମିଡିଆରେ ଆମର ଟଙ୍କା ଦରକାର ବୋଲି ହେଉଥିବା ଅପପ୍ରଚାରକୁ କଦାପି ବିଶ୍ୱାସ କରନ୍ତୁ ନାହିଁ। ଏ ଏପରି କଷ୍ଟ ସମୟରେ ଆମେ ମାନସିକ ଭାବେ ଭାଙ୍ଗି ପଡ଼ିଥିବାରୁ ଆମକୁ ଶୁଭେଚ୍ଛୁଙ୍କ ମନୋବଳ ଦରକାର। ଆମ ପରିବାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା, ତଥା ସପୋର୍ଟ ଓ ଭଲ ପାଇବା ଦେଇଥିବା ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି।
ମୋ ଭାଇର ଅକାଳ ବିୟୋଗ ସମୟରେ ମଧ୍ୟ ଯେଉଁମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅନୁରୋଧ କରୁଛି ଦୟା କରି କିଛି ମାନବିକତା ଦେଖାନ୍ତୁ। ଏପରି ଅପପ୍ରଚାର ଖୁବ୍ କଷ୍ଟ ଦେଉଛି। ଭଗବାନଙ୍କ ଦୟାରୁ ଏପରି ନ୍ୟୁଜ ସୋଶାଲ ମିଡିଆରେ ଆଉ ଭାଇରାଲ କରନ୍ତୁ ନାହିଁ। ଆପଣଙ୍କ ପରିବାରରେ ଏପରି କିଛି ଅଘଟଣ ଘଟିଥିଲେ ଆପଣଙ୍କ ମାନସିକ ସ୍ଥିତି କିପରି ଥାନ୍ତା। ତେଣୁ ଅନ୍ୟର ଦୁଃଖର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅପିଲ୍ କରିଛନ୍ତି ଝରଣା।
ସୂଚନାଯୋଗ୍ୟ, କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ଗତକାଲି ଅରିନ୍ଦମ ବୋଟ୍ରେ ମହାନଦୀ ଭିତରକୁ ଯାଇଥିଲେ। ମାତ୍ର ପ୍ରଖର ସ୍ରୋତରେ ବୋଟଟି ଓଲଟି ପଡ଼ିବାରୁ ନଦୀରେ ଭାସି ଯାଇଥିଲେ ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା । ଏହାପରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ଅଣାଯାଇଥିବା ବେଳେ ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
In this tough time, this is what I could think of doing to stop the rumors circulating about my brother Arindam Das. We are not in a condition to take these. Try to think what if it happens with your own family. Please stop making fun of anyone’s tragedy #ArindamDas pic.twitter.com/D7xBRpFH9S
— Jharana Das (@Jharna_2wt) October 1, 2021
The post ‘ଅପପ୍ରଚାର ଭିତ୍ତିହୀନ, ଭାଇର ସ୍ତ୍ରୀ ଓ ଛୁଆର ଦାୟିତ୍ୱ ନେବାକୁ ଆମେ ସକ୍ଷମ’ appeared first on Odisha Reporter.
from Odisha Reporter https://ift.tt/3Fb94Ls
No comments:
Post a Comment