ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜି ସେ ୭୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ସୋଶାଲ୍ ମିଡିଆରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଦେଶର ସାଧାରଣ ନାଗରିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଟିକେ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଣାଶୁଣା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ସେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କ ଛବି ରହିଛି। ଇଂରାଜୀରେ ‘ହାପି ବାର୍ଥଡେ’ ମୋଦିଜୀ’ ଲେଖାଯାଇଛି। ତେବେ ଏହି ବାଲୁକା କଳାରେ ନିଆରାପଣ ହେଉଛି ଯେ ଏଥିରେ ସେ ଛୋଟ ଛୋଟ ଶଙ୍ଖ ଓ ଶାମୁକାର ବ୍ୟବହାର କରିଛନ୍ତି।

ସୁଦର୍ଶନ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ ଏହି ବାଲୁକା କଳାରେ ୨୦୩୫ଟି ଶଙ୍ଖ ଓ ଶାମୁକା ବ୍ୟବହାର କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ଭାରତ ମାତାଙ୍କର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ଓ ନିରାମୟ ଜୀବନର ଆଶୀର୍ବାଦ ଦିଅନ୍ତୁ।

The post ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ appeared first on Odisha Reporter.



from Odisha Reporter https://ift.tt/3CfdG0s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages